Advertisment

ଆସୁଛି ବୈଦ୍ୟୁତିକ କାର୍; ଡ୍ରାଇଭିଂ ବେଳେ ରିଚାର୍ଜ ହେବ

ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।

Lightyear 0 electric vehicle charges while driving

Lightyear 0 electric vehicle charges while driving

Advertisment

ଆପଣଙ୍କୁ ଯଦି କୁହାଯାଏ ଏକ କାର୍ ଚାଲିବା ସମୟରେ ହିଁ ଚାର୍ଜ ହୋଇପାରିବ ତାହା ହୁଏତ ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଅବିଶ୍ୱସନୀୟ ପରିସ୍ଥିତି ଆଗାମୀ ଦିନରେ ସମ୍ଭବ ହେବାକୁ ଯାଉଛି।

Advertisment

ଏକ ଡଚ୍ ଷ୍ଟାର୍ଟଅପ୍ କମ୍ପାନୀର Lightyear O ହେଉଛି ଏକ ଚାରି ଦ୍ୱାର ବିଶିଷ୍ଟ ବୈଦ୍ୟୁତିକ କାର୍ ଯାହାର ହୁଡ୍ ଏବଂ ଛାତ ଉପରେ ୫୦ ବର୍ଗଫୁଟରୁ ଅଧିକ ସୌର ପ୍ୟାନେଲ୍ ଅଛି। ଡ୍ରାଇଭିଂ ସମୟରେ ଏହା ପ୍ରତିଦିନ ୪୩ ମାଇଲ୍ ମୂଲ୍ୟର ବିଦ୍ୟୁତ୍ ଉତ୍ପାଦନ କରିପାରିବ।

ନିନା ରିଚାର୍ଜରେ ଏହି ବୈଦ୍ୟୁତିକ ଯାନକୁ ମାସ ମାସ ଧରି ବ୍ୟବହାର କରାଯାଇପାରିବ। ଏହା ବିଶ୍ୱର ପ୍ରଥମ ସୌର ଚାଳିତ ଅଟୋମୋବାଇଲ୍, ଯାହାକୁ ଏକ ଭିନ୍ନ ଦୃଷ୍ଟିରେ ରଖି ନିର୍ମାତା ଡିଜାଇନ୍ କରିଛନ୍ତି। ଅନେକ ବୈଦ୍ୟୁତିକ କାର ନିର୍ମାତା ବ୍ୟାଟେରୀ ସଂଖ୍ୟା ବଢାଉଥିବା ବେଳେ ଏଭଳି ଚିନ୍ତା ଅତ୍ୟନ୍ତ ଆକର୍ଷଣୀୟ ମନେହୁଏ।

Advertisment

ପୋର୍ସେ ବକ୍ସର(Porsche Boxter) ତିଆରି କରୁଥିବା କମ୍ପାନୀ ଦ୍ୱାରା ଏହି ଯାନ ନିର୍ମାଣ ହେଉଛି। ବର୍ତ୍ତମାନ ଏହାର ପ୍ରଥମ ଉତ୍ପାଦନ ଫିନ୍‌ଲ୍ୟାଣ୍ଡରେ ଚାଲିଛି।

Lightyear ର ସିଇଓ ତଥା ସହ-ପ୍ରତିଷ୍ଠାତା ଲେକ୍ସ ହୋଫସ୍ଲୁଟ୍(Lex Hoefsloot) ଏକ ବିବୃତ୍ତିରେ କହିଛନ୍ତି ଯେ, ପ୍ରଥମ ସୌର୍‌ କାର୍ Lightyear 0 ର ଉତ୍ପାଦନ ଆରମ୍ଭ କରିବା ଦ୍ୱାରା ଆମ ମିଶନ ପାଇଁ ଏକ ବଡ ପଦକ୍ଷେପ ଆଣିଛି। ଆମେ ଏହା ହାସଲ କରିବାରେ ପ୍ରଥମ ହୋଇପାରିବା, କିନ୍ତୁ ମୁଁ ନିଶ୍ଚିତ ଯେ ଆମେ ଶେଷ ନୁହେଁ।”

Advertisment

କମ୍ପାନୀ ଆଶା କରିଛି ଯେ ୨୦୨୩ ଶେଷ ସୁଦ୍ଧା ସପ୍ତାହକୁ ପାଞ୍ଚଟି କାର୍ ବାହାର କରିବ। କମ୍ପାନୀ କହିଛି ଯେ ରିଚାର୍ଜ ବନ୍ଦ ନକରି କାର୍‌ଟି ପ୍ରାୟ ୩୮୮ ମାଇଲ୍ ଯାଇପାରିବ ଏବଂ ସୌର ପ୍ୟାନେଲରୁ ଦିନକୁ ୪୩ ମାଇଲ୍ ପର୍ଯ୍ୟନ୍ତ ଅତିରିକ୍ତ ରେଞ୍ଜ୍ ରହିବ।

ଏହା ଟେସ୍‌ଲା ମଡେଲ୍ ୩(Tesla Model 3 -୩୭୪ ମାଇଲ୍) ଠାରୁ ଟିକେ ଅଧିକ ଏବଂ କିଆ ନିରୋ ଲଙ୍ଗ୍‌ ରେଞ୍ଜ୍‌ (Kia Niro Long Range -୨୮୫ମାଇଲ) ଠାରୁ ଯଥେଷ୍ଟ ଅଧିକ। ଏହାର ବ୍ୟାଟେରୀ ପ୍ରତି ଘଣ୍ଟାରେ ଛଅ ମାଇଲ ପର୍ଯ୍ୟନ୍ତ ଚାର୍ଜ ହେବ।

Electric Car Electric Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ