Advertisment

ଅଲ୍‌ ଟାଇମ୍‌ ହାଇ ରେକର୍ଡରୁ ୧୧ ହଜାର ଟଙ୍କା ଶସ୍ତା ହେଲା ସୁନା, ରୂପା ଦର ବି କମିଲା

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
Gold Oranaments

gold price fall

Advertisment

ନୂଆଦିଲ୍ଲୀ: ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି। ତେବେ ଆଜି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। MCXରେ ଆଜି ସକାଳେ ୦.୧୩% ବୃଦ୍ଧି ପାଇଛି। ସେହିପରି ରୂପା ଦର ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ସର୍ରାଫା ବଜାରରେ ସୁନା ୧୭୬ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୪୫,୧୧୦ ଟଙ୍କାରେ କାରବାର ବନ୍ଦ ହୋଇଥିଲା। ରୂପା ୮୯୮ ଟଙ୍କା ହ୍ରାସ ସହ ପ୍ରତି କିଲୋକୁ ୬୧,୭୧୫ ଟଙ୍କାରେ ପହଞ୍ଚି ଥିଲା। 

Advertisment

ଏବେ ସୁନା ଦର ଏହାର ଅଲ୍‌ ଟାଇମ୍‌ ହାଇ ରେକର୍ଡରୁ ୧୧ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇ ସାରିଲାଣି। ଗତବର୍ଷ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ସର୍ରାଫା ବଜାରରେ ପ୍ରତି ୧୦ ଗ୍ରାମକୁ ୪୫,୦୦୦ ଟଙ୍କା ପାଖାପାଖି ରହିଛି। ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏହା ଭଲ ସମୟ। ଏକ୍ସପର୍ଟଙ୍କ କହିବା ଅନୁସାରେ, ଏହି ସମୟରେ ସୁନାରେ ନିବେଶ କଲେ ଆପଣଙ୍କୁ ଫାଇଦା ମିଳିପାରେ। ବର୍ଷ ଶେଷ ବେଳକୁ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ। ଗତବର୍ଷ ସୁନାରେ ୨୮% ରିଟର୍ଣ୍ଣ ମିଳିଥିଲା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୫୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୮ ହଜାର ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୪୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୩୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price In India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ