Advertisment

ବୟସ ୨୭; ଲଣ୍ଡନରୁ ଭାରତ ସବୁଠି ଚର୍ଚ୍ଚା...୩ ମାସରେ ତିଆରି କଲେ ୯୧୦୦ କୋଟିର କମ୍ପାନୀ

୨୭ ବର୍ଷରେ ହେଲେ ଭାରତର ସର୍ବ କନିଷ୍ଠ ଧନୀ ବ୍ୟକ୍ତି...୩ ମାସରେ ଠିଆ କଲେ ୯୧୦୦ କୋଟିର କମ୍ପାନୀ ...ଲଣ୍ଠନରୁ ଭାରତ ଯାଏଁ ସବୁଠି ଚର୍ଚ୍ଚା...ଜାଣନ୍ତୁ କିଏ ଏହି ଯୁବକ...

ଅଦ୍ୟତନ ହୋଇଛି
Indias Youngest Billionaire Is 27-Year-Old

Indias Youngest Billionaire Is 27-Year-Old

Advertisment

ଗତ କିଛି ବର୍ଷ ମଧ୍ୟରେ ଭାରତରେ ଷ୍ଟାର୍ଟଅପ୍ ବଢିବାରେ ଲାଗିଛି । ଅନେକ ଯୁବକ ଚାକିରି ଛାଡି ନିଜର ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି । ଅନେକ ଯୁବକ ଆଗାମୀ ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବୁ ଯିଏ ଲଣ୍ଡନ ଭିତ୍ତିକ ଷ୍ଟାର୍ଟଅପ୍‌କୁ ୧.୨ ବିଲିୟନ ଡଲାରର ଏକ କମ୍ପାନୀରେ ପରିଣତ କରିଛନ୍ତି ଅର୍ଥାତ୍ ମାତ୍ର ତିନି ମାସ ମଧ୍ୟରେ ୯୧୦୦ କୋଟି ଟଙ୍କା ମାଲିକ ହୋଇପାରିଛନ୍ତି । ଏହି ବ୍ୟକ୍ତିର ନାମ ହେଉଛି ପର୍ଲ କପୁର । ମେ ୨୦୨୩ରେ ସାଇବର ସୁରକ୍ଷା କମ୍ପାନୀ ଜାଇବର ୩୬୫ର ସିଇଓ ପର୍ଲ କାପୁରଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ବର୍ତ୍ତମାନ ଏହି କମ୍ପାନୀ ବ୍ରିଟେନ ଭିତ୍ତିକ କମ୍ପାନୀ SRAM ଓ MRAM ଗ୍ରୁପ୍ ଠାରୁ ମୋଟ ୧୦୦ ମିଲିୟନ୍ ଡଲାର୍ ସଂଗ୍ରହ କରିଛି । ଏହ କମ୍ପାନୀ ତିଆରି ହେବାର ତିନିମାସ ମଧ୍ୟରେ କମ୍ପାନୀର ମୋଟ ମୂଲ୍ୟ ୯୧୦୦ କୋଟିରେ ପହଞ୍ଚିଛି ।

Advertisment

କେଉଁ ବ୍ୟବସାୟରେ ଭଲ ଟଙ୍କା ରୋଜଗାର କଲେ ଜାଣନ୍ତୁ...

ଜାଇବର ୩୬୫ (Zyber 365) ହେଉଛି ଏକ ସାଇବର ଆଧାରିତ କମ୍ପାନୀ ଯାହାକି ଅନ୍ୟ କମ୍ପାନୀର ସାଇବର ସୂଚନାକୁ ହ୍ୟାକିଂରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି କମ୍ପାନୀ ୨୦୨୩ରେ  ହ୍ୟାକର୍ ସନ୍ନି ଭାଗେଲାଙ୍କ ସହ ପର୍ଲ କପୁରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବର୍ତ୍ତମାନ, ସନ୍ନି ଏହି କମ୍ପାନୀରେ ସିଇଓ ଭାବରେ କାମ କରୁଛନ୍ତି ଓ ତାଙ୍କର ଏକ ଫାର୍ମ ରହିଛି  ଯେଉଁଠି ଦୈନନ୍ଦିନ କାମ ପରିଚାଳନା କରୁଛନ୍ତି । 

କେମିତି ଆରମ୍ଭ କଲେ ପର୍ଲ କପୁର ତାଙ୍କ କ୍ୟାରିଅର୍...
ଜାଇବର ୩୬୫ ମାଧ୍ୟମରେ ସଫଳତାର ଉଚ୍ଚତାକୁ ଛୁଇଁଥିବା ପର୍ଲ କପୁର, ଲଣ୍ଡନର ରାଣୀ ମେରି ୟୁନିଭରସିଟିରୁ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗରେ ଏମ୍‌ଏସ୍‌ସି ଅଧ୍ୟୟନ କରିଛନ୍ତି । ଏହା ପରେ ସେ ଏମ୍ପିଏମ୍ ଷ୍ଟୋର କମ୍ପାନୀ ପାଇଁ ଆର୍ଥିକ ପରାମର୍ଶଦାତା ଭାବରେ କାମ କରୁଥିଲେ । ଏହା ପରେ ସେ ଆଣ୍ଟିଅର୍ ସଲ୍ୟୁସନ୍ ପାଇଁ ବ୍ୟବସାୟ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଫେବୃଆରୀ ୨୦୨୨ରେ ବିଲିୟନ ପେ ଟେକ୍ନୋଲୋଜି ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହା ପରେ, ମେ ୨୦୨୩ରେ, ସାଇବର ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଏକ କମ୍ପାନୀ ଜାଇବର ୩୬୫ ଆରମ୍ଭ ହୋଇଥିଲା । 

Advertisment

କପୁରଙ୍କ ଜାଇବର ୩୬୫ କମ୍ପାନୀ ମୁଖ୍ୟାଳୟ ଲଣ୍ଡନରେ ଅବସ୍ଥିତ ଓ ଭାରତରୁ କାମ କରୁଛି । ତାଙ୍କ ଯୋଜନା ବିଷୟରେ ପର୍ଲ କପୁର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ସେ ଭବିଷ୍ୟତରେ ଭାରତରେ ତାଙ୍କ କମ୍ପାନୀର ଅପରେସନ୍ ହବ୍ କରିବାକୁ ଚାହୁଁଛନ୍ତି । ଏହା ସହିତ ସେ ନିଶ୍ଚିତ ଅଛନ୍ତି ଯେ ଆଗାମୀ ସମୟରେ ଭାରତ ସାଇବର ଅପରେସନର ଏକ ବଡ଼ କେନ୍ଦ୍ର ଭାବରେ ଉଭା ହେବ ।

ବର୍ତ୍ତମାନ ଜାଇବର୍ ୩୬୫ ବ୍ରିଟେନର ଏକ କମ୍ପାନୀରୁ ମୋଟ ୧୦୦ ମିଲିୟନ୍ ଡଲାର୍ ପାଇଛି । ଏହି ପାଣ୍ଠି ବିଷୟରେ କମ୍ପାନୀର ସହ-ପ୍ରତିଷ୍ଠାତା ସନ୍ନି ଭାଗେଲା କହିଛନ୍ତି ଯେ ଏହି ଟଙ୍କା ସହିତ କମ୍ପାନୀ ଏହାର ଉତ୍ପାଦର ଉନ୍ନତି ପାଇଁ କାର୍ଯ୍ୟ କରିବ । ଏହି ଉତ୍ପାଦଗୁଡିକ AI ଆଧାରିତ ହେବ, ଯାହା ଭବିଷ୍ୟତରେ AI ସହିତ ସାଇବର ସୁରକ୍ଷାକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।      

Advertisment
Indian Startups Startups
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ