Advertisment

Petrol-Diesel Price: ଖୁସି ଖବର, ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି; କମିବ ପେଟ୍ରୋଲ ଓ ଡିଜେଲ ଦର !

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି । ଏହାଦ୍ବାରା ‌ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ  ।

ଅଦ୍ୟତନ ହୋଇଛି
Petrol and Diesel Prices May Reduce

Petrol Diesel

Advertisment

ଖୁସି ଖବର । ପେଟ୍ରୋଲ ଓ ଡିଜେଲ ଦରରେ ହେବ ପରିବର୍ତ୍ତନ । ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି । କମିବ ପେଟ୍ରୋଲ ଓ ଡିଜେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି । ବର୍ତ୍ତମାନ ଏହା ବ୍ୟାରେଲ୍‌ ପିଛା ୭୪ ଡଲାରକୁ ଖସିଆସିଛି। ଏହାଦ୍ବାରା ତୈଳ କମ୍ପାନିଗୁଡ଼ିକ ଭଲ ଲାଭ କରୁଛନ୍ତି। ଫଳରେ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ମଧ୍ୟ ଏହାର ଲାଭ ଦେଇପାରନ୍ତି। ଏହାଦ୍ବାରା ‌ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ  । 

Advertisment

ରେଟିଂ ଏଜେନ୍ସି ‘ଇକ୍ରା’ ( Icra ) ପକ୍ଷରୁ ଏକ ରିପୋର୍ଟରେ ଏଭଳି କୁହାଯାଇଛି। ମାର୍ଚ୍ଚ ମାସରେ ଭାରତ ବ୍ୟାରେଲ ପିଛା ୮୩ ଡଲାରରେ ଅଶୋଧିତ ତେଲ କିଣାଯାଉଥିଲା । କିନ୍ତୁ ସେପ୍ଟେମ୍ବରରେ ଏହାର ଦାମ୍‌ ବ୍ୟାରେଲ ପିଛା ୭୪ ଡଲାରକୁ କମିଛି। କିନ୍ତୁ ଶେଷ ଥର ପାଇଁ ତେଲ କମ୍ପାନିଗୁଡ଼ିକ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚରେ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ଲିଟର ପିଛା ୨ ଟଙ୍କା କମାଇଥିଲେ। ତାହା ପରଠାରୁ ଏହା ଅପରିବର୍ତ୍ତିତ ରହିଛି।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ରାଜ୍ୟ ସରକାର; ଏଣିକି ସରୋଗାସୀ ପିତୃତ୍ବକୁ ମିଳିବ ୧୫ ଦିନର ଛୁଟି

Advertisment

‘ଇକ୍ରା’ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ତୈଳ ବିତରଣ କମ୍ପାନିଗୁଡ଼ିକର ଲାଭ ବଢ଼ିଛି । ତେଣୁ ଯଦି ଅଶୋଧିତ ତେଲ ଦର ସ୍ଥିର ରହେ ତା’ହେଲେ କମ୍ପାନିଗୁଡ଼ିକ ପାଇଁ ପେଟ୍ରୋଲ ଓ ଡିଜେଲ ଦର କମାଇବା ସୁଯୋଗ ରହିଛି। ‘ଇକ୍ରା’ର ଗ୍ରୁପ୍‌ ହେଡ୍‌ ତଥା ବରିଷ୍ଠ ଉପସଭାପତି ଗିରିଶ କୁମାର କଦମ କୁହନ୍ତି, ତେଲ ବିଶୋଧନ ଏବଂ ବିକ୍ରି ଜନିତ ଲାଭ ପେଟ୍ରୋଲରେ ୧୫ ଟଙ୍କା ଓ ଡିଜେଲରେ ୧୨ ଟଙ୍କା ରହିଛି। ସେପ୍ଟେମ୍ବର ମାସରେ ୧୭ ତାରିଖ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରକୁ ଆଧାର କରି ସେ ଏହା କହିଛନ୍ତି। ଏଥିଯୋଗୁ ଦର ହ୍ରାସ  ସମ୍ଭାବନା ରହିଥିବା ସେ କହିଛନ୍ତି। 

ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଦୁର୍ବଳ ରହିବା ସହିତ ଆମେରିକା ଅଧିକ ମାତ୍ରାରେ ତେଲ ଉତ୍ପାଦନ କରିବା ଏବଂ ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକ ଉତ୍ପାଦନ ହ୍ରାସ ନିଷ୍ପତ୍ତିକୁ ଘୁଞ୍ଚାଇବା ଫଳରେ ଅଶୋଧିତ ତେଲ ଦରରେ ବଡ଼ଧରଣର ହ୍ରାସ ଦେଖାଦେଇଛି। 

Advertisment
Petrol Petrol Prices Diesel Prices Diesel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ