Advertisment

ଆଇନ ଅନୁସାରେ ନିଜ ପାଖରେ କେତେ ସୁନା ରଖିପାରିବେ, ଜାଣନ୍ତୁ...

ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
How Much Gold Can Be Kept At Home Legally In India

How much gold can be kept at home legally in india

Advertisment

ମହିଳାମାନେ ସାଧାରଣତଃ ଗହଣା ପିନ୍ଧିବାକୁ ପସନ୍ଦ କରିଥା’ନ୍ତି । ବିବାହ ହେଉ କି କୌଣସି ପାରମ୍ପରିକ ଉତ୍ସବ ସବୁଥିରେ ନିଜକୁ ଗହଣାରେ ସଜେଇ ହେବାକୁ ପସନ୍ଦ କରିଥା’ନ୍ତି ମହିଳାମାନେ । ଅକ୍ଷୟ ତୃତୀୟା ଓ ଧନତେରାସ ଭଳି ଦିନରେ ସୁନା କିଣିବାର ପରମ୍ପରା ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବିବାହବାର୍ଷିକୀ, ଜନ୍ମଦିନ ପରି ସ୍ୱତନ୍ତ୍ର ଦିନରେ ମହିଳାମାନଙ୍କୁ ପ୍ରାୟ ସେମାନଙ୍କ ସ୍ୱାମୀ ସୁନା ଉପହାର ଦେଇଥା’ନ୍ତି । ଯାହାକୁ ପାଇ ମହିଳାମାନେ ବେଶ୍‌ ଖୁସି ହୋଇଥା’ନ୍ତି ।

Advertisment

ହେଲେ ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଘରେ କେତେ ପରିମାଣର ସୁନା ରଖିବାର ଆଇନ ରହିଛି ? ଆସନ୍ତୁ ଜାଣିବା...

ଆପଣ ଏହା ଜାଣିବା ନିହାତି ଜରୁରୀ ଯେ, ଜଣେ ବିବାହିତ ମହିଳା ନିଜ ପାଖରେ ୫୦୦ ଗ୍ରାମ୍‌ ସୁନା ରଖିପାରିବେ । ସେହିପରି ଜଣେ ଅବିବାହିତ ଯୁବତୀ ନିଜ ପାଖରେ ୨୫୦ ଗ୍ରାମ୍‌ ସୁନା ରଖିପାରିବେ ବୋଲି ସୂଚନା ରହିଛି । ସୁନା ଆଇନ ଅନୁସାରେ ଜଣେ ପୁରୁଷ ମଧ୍ୟ ନିଜ ପାଖରେ ସୁନା ରଖିବାରେ କଟକଣା ରହିଛି ।

Advertisment

ଜଣେ ପୁରୁଷ ନିଜ ପାଖରେ ୧୦୦ ଗ୍ରାମ ସୁନା ରଖିପାରିବେ ବୋଲି ସୂଚନା ରହିଛି । ନିୟମ ଅନୁଯାୟୀ ଆପଣ ଆଇନ୍‌ ଅନୁସାରେ ସୁନାକିଣି ଆପଣଙ୍କ ନିକଟରେ ରଖିପାରିବେ ।  ହେଲେ ନିର୍ଦ୍ଧାରିତ ଗ୍ରାମ୍‌ ଠାରୁ ଅଧିକ ସୁନା କିଣି ବିକ୍ରି କଲେ ଟ୍ୟାକ୍ସ ଲାଗିବ ।

ସବୁଠାରୁ ବଡ଼ କଥା ହେଉଛି, ଯେପର୍ଯ୍ୟନ୍ତ ଆପଣ ସୁନା ବିକ୍ରି କରିନାହାନ୍ତି । ସେପର୍ଯ୍ୟନ୍ତ ଆପଣଙ୍କ ସୁନା ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଯେବେ ଆପଣଙ୍କ ନିକଟରେ ଥିବା ସୁନାକୁ ଆପଣ ବିକ୍ରି କରିବେ ସେବେ ଟ୍ୟାକ୍ସ ଲାଗିବ ବୋଲି କୁହାଯାଇଛି।

Advertisment
Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ