Today Gold Price- 1st Dec 2022 : ଝିଅ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ଗ୍ରାମ୍‌ ପିଛା ମୂଲ୍ୟ ଚେକ୍‌ କରନ୍ତୁ . .

ଆଜି ଗ୍ରାମ୍‌ ପିଛା ସୁନା ମୂଲ୍ୟ କେତେ ରହିଛି, ଜାଣିବା ପାଇଁ ପଢ଼ନ୍ତୁ . .

gold

ବିବାହ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଜୋରସୋରରେ ଗହଣା କିଣା ଚାଲିଛି । ଦୁଇ ଦିନ ଧରି ସ୍ଥିର ରହିବା ପରେ ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ଥିବାବେଳେ ଆଜି ୧୦୦ ଟଙ୍କା ହ୍ରାସ ପାଇ ୫୦ହଜାର ୩୦୦ ଟଙ୍କା ହୋଇଛି ।

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦,୩୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୮୦୦ ଟଙ୍କା, ୪୧,୪୦୦ ଟଙ୍କା ଓ ୩୨, ୫୦୦ ଟଙ୍କା ରହିଛି । ସୁନା କଏନ୍‌ର ମୂଲ୍ୟ ୪୧,୮୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୪,୮୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।