ବିବାହ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଜୋରସୋରରେ ଗହଣା କିଣା ଚାଲିଛି । ଦୁଇ ଦିନ ଧରି ସ୍ଥିର ରହିବା ପରେ ପୁଣି ବଢ଼ିଲା ସୁନା ଦର । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୫୦୦ ଟଙ୍କା ଥିବାବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଁ ୫୧ ହଜାର ୧୧୦ ଟଙ୍କାରେ ପହଞ୍ଚିଛି ।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୦୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪ ୫୦୦ ଟଙ୍କା, ୪୦,୨୦୦ ଟଙ୍କା ଓ ୩୧, ୫୦୦ ଟଙ୍କା ରହିଛି । ସୁନା କଏନ୍ର ମୂଲ୍ୟ ୪୦,୭୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୧,୮୦୦ ଟଙ୍କାରେ କାରବାର ହେଉଛି ।
Also Read
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।