Advertisment

ପୁଣି ବଢ଼ିଲା ସୁନା ଦର; ୧୦ ଗ୍ରାମ୍‌ ପିଛା ୫୨,୩୫୦ ଟଙ୍କା

ବଢ଼ିଲା ସୁନା ଦର । ଗତ କିଛି ଦିନ ହେଲାଣି ସାରାଦେଶରେ ଲାଗାତାର ଭାବେ ସୁନା ଓ ରୂପା ଦର ପରିବର୍ତ୍ତନ ଘଟୁଥିବାବେଳେ ଆଜି ଦରରେ ବୃଦ୍ଧି ଘଟିଛି ।

ଅଦ୍ୟତନ ହୋଇଛି
Gold, silver rates today: Check latest prices of precious metals in Bhubaneswar & Cuttack

Gold, silver rates today: Check latest prices of precious metals in Bhubaneswar & Cuttack

Advertisment

ପୁଣି ବଢ଼ିଲା ସୁନା ଦର । ଗତ କିଛି ଦିନ ହେବ ସାରାଦେଶରେ ଲାଗାତାର ଭାବେ ସୁନା ଓ ରୂପା ଦର ପରିବର୍ତ୍ତନ ଘଟୁଥିବାବେଳେ ଆଜି ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ଗତକାଲି ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୨ ହାଜାର ଥିବାବେଳେ ଆଜି ଦରରେ ୩୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ରାଜଧାନୀରେ ଆଜି ୧୦ ଗ୍ରାମ୍‌ ସୁନା ୫୨ ହଜାର ୩୫୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୫୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୮୦୦ ଟଙ୍କା, ୪୦,୬୦୦ ଟଙ୍କା ଓ ୩୨,୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୮୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୩୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୪୫(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ରୂପା ଦରରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୩,୮୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Odisha Gold Price Today Gold & Silver Price Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ