Advertisment

ଆଜି ବି ବଢ଼ିଲା ସୁନା, ଜାଣନ୍ତୁ କେତେ...

ପୁଣି ବଢ଼ିଲା ସୁନା ଦର...ଜାଣନ୍ତୁ ଆଜିର ମୂଲ୍ୟ...

Gold, silver rates go up: Check prices of precious metals in Cuttack, Bhubaneswar

Gold, silver rates go up: Check prices of precious metals in Cuttack, Bhubaneswar

Advertisment

ଆଜି ପୁଣି ବଢ଼ିଲା ସୁନା ଦର । ଗତ କିଛିଦିନ ହେବ ସୁନାରେ ଲଗାତାର ଭାବେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୫୫୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦ ହଜାର ୭୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୬୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୯୦୦ ଟଙ୍କା, ୪୦, ୭୦୦ ଟଙ୍କା ଓ ୩୨, ୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦, ୯୦୦ ଟଙ୍କାରେ ପହଞ୍ଚିଛି ।
କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୪୫ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୮୦ (କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲି ଅପେକ୍ଷା ଆଜି ରୂପା ମୂଲ୍ୟରେ ୧୦୦ ବୃଦ୍ଧି ପାଇଛି  । ଫଳରେ ଆଜି ବି ଶୁଦ୍ଧ ରୂପା କିଲୋ ପିଛା ୫୯, ୩୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ