Advertisment

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର

ଗତ କିଛିଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି...

ଅଦ୍ୟତନ ହୋଇଛି
Gold, silver prices today: Check latest rates of precious metals in Bhubaneswar & Cuttack

Gold, silver prices today: Check latest rates of precious metals in Bhubaneswar & Cuttack

Advertisment

କମିଲା ସୁନା ଦର । ଗତ କିଛିଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଯାହା ସାଧାରଣ ଲୋକଙ୍କ ପାଇଁ ସାମାନ୍ୟ ଆଶସ୍ତିଦାୟକ ଖବର ଅଟେ । ସାରା ଦେଶରେ ପ୍ରତ୍ୟେକ ଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟୁଥିବାବେଳେ ଆଜି ବି ସୁନା ଦରରେ ପରିବର୍ତ୍ତନ ଘଟିଛି । ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୧ହଜାର ୫୦୦ଟଙ୍କାରେ କାରବାର ହେଉଛି ।

Advertisment

୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନାର ମୂଲ୍ୟ ୪୮,୯୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୧୦୦ ଟଙ୍କା, ୪୦,୦୦୦ ଟଙ୍କା ଓ ୩୧,୭୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୨୦୦ ଟଙ୍କାରେ ପହଞ୍ଚିଛି ।

ସେହିପରି କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୧୮୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୯୦(କ୍ୟାସ ୯୯୫) ଟଙ୍କା ରହିଛି । ଏହାସହ ରୂପା ଦରରେ ନଜର ପକାଇଲେ ୯୯୯.୯ର ଶୁଦ୍ଧ ରୂପା କିଲୋ ପିଛା ୬୩,୪୦୦ ଟଙ୍କାରେ କାରବାର ହେଉଛି ।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ