Advertisment

ଗ୍ରାହକ ମୁଣ୍ଡରେ ଚଡ଼କ: ପୁଣି ବଢ଼ିଲା ସୁନା ଦର

ଆଜି ପୁଣି ବଢ଼ିଲା ସୁନା-ରୂପା ଦର, ଜଣନ୍ତୁ କେତେ...

Gold, silver prices surge; Check the revised rates in Bhubaneswar, Cuttack here

Gold, silver prices surge; Check the revised rates in Bhubaneswar, Cuttack here

Advertisment

ଗତକାଲି ଭଳି ଆଜି ବି ପୁଣି ବଢ଼ିଲା ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୯୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୧ ହଜାର ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦,୦୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫,୨୦୦ ଟଙ୍କା, ୪୦,୯୦୦ ଟଙ୍କା ଓ ୩୨,୪୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୨୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୯୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୬୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତକାଲିର ରୂପା ମୂଲ୍ୟ ଅପେକ୍ଷା ଆଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଶୁଦ୍ଧ ରୂପା କିଲୋ ପିଛା ଗତକାଲି ଭଳି ୬୪,୯୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ