Gold, Silver prices see slight rise today in Bhubaneswar, Cuttack, check rates here
ଗତ କିଛି ଦିନ ହେବ ସୁନାରୂପା ଦରରେ ଲଗାତାର ପରିବର୍ତ୍ତନ ଦେଖିବାକୁ ମିଳୁଛି । କେତେବେଳେ ସୁନା ଦର ବଢ଼ୁଛି ତ ଆଉ କେତେବେଳେ ଦର ହ୍ରାସ ପାଉଛି । ଏହାରି ମଧ୍ୟରେ ଆଜି ବି ସୁନାମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ହେଲେ ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୨ ହଜାର ୭୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି । ତେବେ ଗତ ଗତକାଲି ଅପେକ୍ଷା ରାଜଧାନୀରେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ସେହି ଅନୁଯାୟୀ, ଗତକାଲି ଭଳି ଆଜି ବି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୮୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୫୦୦ ଟଙ୍କା, ୪୦,୮୦୦ ଟଙ୍କା ଓ ୩୨,୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍ର ମୂଲ୍ୟ ୪୧,୦୦୦ ଟଙ୍କା ରହିଛି ।
ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିବାବେଳେ କଟରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇବା ହେତୁ ଗ୍ରାମ ପିଛା ୫,୨୬୫ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୪୫(କ୍ୟାସ ୯୯୫) ଟଙ୍କା ରହିଛି ।
ଅନ୍ୟପକ୍ଷେ, ଆଜି ରୂପା ଦରରେ ୪୦୦ ଟଙ୍କା ହ୍ରାସ ପାଇଛି । ଫଳରେ ଗତକାଲି ରୂପା କିଲୋ ପିଛା ୬୪,୨୦୦ ଟଙ୍କା ଥିବାବେଳେ ଆଜି ୬୩୮୦୦ ଟଙ୍କା ରହିଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us