Advertisment

ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ...

ଆଜି ବଢ଼ିଛି ସୂନା-ରୂପା ଦର, ଜାଣନ୍ତୁ ଆପଣଙ୍କ ସହରର ରେଟ୍ ...

Gold, silver prices rise again on June 25: Check rates in Bhubaneswar and Cuttack

Gold, silver prices rise again on June 25: Check rates in Bhubaneswar and Cuttack

Advertisment

ଆଜି ସୁନା ଦର ବୃଦ୍ଧି ପାଇଛି । ଗତ କାଲି ସୁନା ରେଟ୍ କମିଥିବାବେଳେ ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୩୦୦ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦ ହଜାର ୪୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୪୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୬୦୦ ଟଙ୍କା, ୪୦, ୪୦୦ ଟଙ୍କା ଓ ୩୨, ୨୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦, ୭୦୦ ଟଙ୍କାରେ ପହଞ୍ଚିଛି ।
କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୨୫ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୦୦ (କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲି ଅପେକ୍ଷା ଆଜି ରୂପା ମୂଲ୍ୟରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୨, ୩୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Today Silver Price Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ