Advertisment

ଗ୍ରାହକଙ୍କୁ ଝଟକା : ପୁଣି ବଢ଼ିଲା ସୁନା ଦର

ଗତକାଲି ତୁଳନାରେ ଆଜି ସାମାନ୍ୟ ବଢ଼ିଛି ସୁନା ଦର

ଅଦ୍ୟତନ ହୋଇଛି
undefined

gold price

Advertisment

ଆଜି ଭାରତୀୟ ବଜାରରେ ସୁନା ଓ ରୂପାର ଦର ବୃଦ୍ଧି ପାଇଛି । ଗତକାଲି ତୁଳନାରେ ଆଜି ସାମାନ୍ୟ ବଢ଼ିଛି ସୁନା ଦର । ଆଜି ୧୦ ଗ୍ରାମ ସୁନା ମୂଲ୍ୟ ପିଛା ୧୦୦ ଟଙ୍କା ବଢ଼ିଛି । ଭୁବନେଶ୍ୱରରେ ଜିଏସଟି ସହିତ ୧୦ ଗ୍ରାମ ପିଛା ୨୩ କ୍ୟାରେଟ୍ ସୁନା ମୂଲ୍ୟ ୫୨, ୪୫୦ ଟଙ୍କାରେ ପହଞ୍ଚିଛି ।

Advertisment

ବିନା ଜିଏସଟିରେ ୨୩ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୫୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯,୬୦୦ ଟଙ୍କାରେ ପହଞ୍ଚିଛି ।

ସେହିଭଳି ୨୦, ୧୮ ଏବଂ ୧୪-କ୍ୟାରେଟର ସୁନା ମୂଲ୍ୟ ଯଥାକ୍ରମେ ୪୪,୮୦୦, ୪୦,୫୦୦ ଏବଂ ୩୨,୧୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୮୦୦ ଟଙ୍କାରେ ପହଞ୍ଚିଛି ।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ କିଲୋଗ୍ରାମ ରୂପା ମୂଲ୍ୟ ଗତକାଲି ତୁଳନାରେ ୧୦୦ ଟଙ୍କା ବୃଦ୍ଧି ପାଇଛି । ଜିଏସଟି ସହିତ କିଲୋଗ୍ରାମ ପିଛା ରୂପା ମୂଲ୍ୟ ୬୪,୪୦୦ ଟଙ୍କାରେ ପହଞ୍ଚିଛି ।

ସେହିପରି କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୪୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୧୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତେବେ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold And Silver Prices Update Gold Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ