Advertisment

କମିଲା ସୁନା ଦର ! କିଣିବାକୁ ଯୋଜନା କରିଥିଲେ ମୂଲ୍ୟ ଦେଖନ୍ତୁ . .

ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇଛି . . .

gold price

gold price

Advertisment

ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ଆଜି ସାମାନ୍ୟ କମିଛି ସୁନା ଦର । ଆଜି ଜିଏସଟି ସହିତ ୧୦ ଗ୍ରାମ ପିଛା ୨୩ କ୍ୟାରେଟ ସୁନା ମୂଲ୍ୟ ଭୁବନେଶ୍ୱରରେ ୫୨,୩୦୦ ଟଙ୍କା  ଥିବାବେଳେ ଗତକାଲିର ମୂଲ୍ୟ ତୁଳନାରେ ୪୦୦ ଟଙ୍କା ହ୍ରାସ ପାଇଛି ।

Advertisment

ବିନା ଜିଏସଟିରେ ୨୩ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୩୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯,୩୦୦ ଟଙ୍କାରେ ପହଞ୍ଚିଛି ।

ସେହିଭଳି ୨୦, ୧୮ ଏବଂ ୧୪-କ୍ୟାରେଟର ସୁନା ମୂଲ୍ୟ ଯଥାକ୍ରମେ ୪୪,୫୦୦, ୪୦,୩୦୦ ଏବଂ ୩୧,୯୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୬୦୦ ଟଙ୍କାରେ ପହଞ୍ଚିଛି ।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ କିଲୋଗ୍ରାମ ରୂପା ମୂଲ୍ୟ ଗତକାଲି ତୁଳନାରେ ୭୦୦ ଟଙ୍କା ହ୍ରାସ ପାଇଛି । ଜିଏସଟି ସହିତ କିଲୋଗ୍ରାମ ପିଛା ରୂପା ମୂଲ୍ୟ ୬୩,୧୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୦୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୦୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତେବେ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ