Gold rate decreases for 24 carat and 22 carat
ଗତକାଲି ସୁନା ଦର ବୃଦ୍ଧି ପାଇଥିବାବେଳେ ଆଜି ଦର ସାମାନ୍ୟ ହ୍ରାସ ଘଟିଛି । ଗତ ଦୁଇ ଦିନ ହେବ ସୁନାଦର ଲଗାତାର ଭାବେ ବୃଦ୍ଧି ପାଇଥିବାବେଳେ ଆଜି ଦରରେ ୪୦୦ଟଙ୍କା ହ୍ରାସ ପାଇଛି । ଫଳରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୩୫୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୦ ହଜାର ୬୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୫୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪, ୮୦୦ ଟଙ୍କା, ୪୦, ୫୦୦ ଟଙ୍କା ଓ ୩୨, ୧୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍ର ମୂଲ୍ୟ ୪୦, ୮୦୦ ଟଙ୍କାରେ ପହଞ୍ଚିଛି ।
ସେହିପରି ଗତକାଲିର ରୂପା ମୂଲ୍ୟ ଅପେକ୍ଷା ଆଜି ଦରରେ ୫୦୦ ଟଙ୍କା ହ୍ରାସ ପାଇଛି । ଯାହା ପରେ ଶୁଦ୍ଧ ରୂପା କିଲୋ ପିଛା ୬୪, ୩୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us