ଚାଲିଛି ପାର୍ବଣ ଋତୁ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗଢା ମଜୁରୀ ଉପରେ ମନଲୋଭା ଓ ଆକର୍ଷଣୀୟ ଅଫର ଦେଇଥାନ୍ତି । ତେବେ ଆପଣ ଯଦି ସୁନା ଓ ରୁପା ଗହଣା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ କିଣି ଆଣନ୍ତୁ ।
Also Read
ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ୨୩ କ୍ୟାରେଟ୍ (ଜିଏସଟି) ୧୦ ଗ୍ରାମ୍ ୪୯ ହଜାର ୮୦୦ ଟଙ୍କା ରହିଛି।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭, ୭୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୩ ହଜାର ୫୦୦ ଟଙ୍କା, ୩୯,୨୦୦ ଟଙ୍କା ଓ ୩୦, ୮୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍ର ମୂଲ୍ୟ ୩୯,୭୦୦ ଟଙ୍କାରେ ପହଞ୍ଚିଛି ।
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୧୬୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୪୦(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୭,୩୦୦ ଟଙ୍କାରେ କାରବାର ହେଉଛି । ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ଶୁଦ୍ଧତା ଯାଞ୍ଚ ସହ ଅଭିଯୋଗ ମଧ୍ୟ କରିପାରିବେ ।