gold price today
ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୮ ହଜାର ୪୦୦ ଟଙ୍କା ରହିଛି । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୬, ୩୯୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୨ ହଜାର ୨୦୦ ଟଙ୍କା, ୩୮,୨୦୦ ଟଙ୍କା ଓ ୨୯, ୯୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍ର ମୂଲ୍ୟ ୩୯,୪୦୦ ଟଙ୍କାରେ ପହଞ୍ଚିଛି ।
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୧୭୫ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୪୦(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୬,୨୦୦ ଟଙ୍କାରେ କାରବାର ହେଉଛି ।ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ଶୁଦ୍ଧତା ଯାଞ୍ଚ ସହ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664612148.jpg)