Advertisment

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।

gold rate today

gold rate today

Advertisment

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।

Advertisment

ସେହିପରି ଜିଏସଟି ସହିତ ୨୩ କ୍ୟାରେଟ୍‌ର ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୧ ହଜାର ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍‌ର ୧୦ ଗ୍ରାମ୍‌ ପିଛା ମୂଲ୍ୟ ୫୦, ୧୦୦ରେ ବିକ୍ରି ହେଉଛି ।

ଏହାସହ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫,୨୦୦ ଟଙ୍କା, ୪୦,୯୦୦ ଟଙ୍କା ଓ ୩୨, ୨୦୦ ଟଙ୍କା ରହିଛି । ଶୁଦ୍ଧ ଗିନ୍ନି (ସୁନା ମୁଦ୍ରା) ୪୧, ୧୦୦ ଟଙ୍କାରେ କାରବାର ହେଉଛି ।

Advertisment

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୩୨୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୯୦(କ୍ୟାସ ୯୯୫) ଟଙ୍କା ରହିଛି ।

ଅନ୍ୟପକ୍ଷରେ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଛି ରୁପା ମୂଲ୍ୟ । ଭୁବନେଶ୍ୱରରେ ରୂପା କିଲୋ ପିଛା ମୂଲ୍ୟ ୫୭, ୫୦୦ ରହିଛି । ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ