Advertisment

ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ସୁନା ଦର

ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା-ରୂପା ଦରରେ ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨% ଅର୍ଥାତ୍‌ ୧୦୨ ଟଙ୍କା ହ୍ରାସ ପାଇ ୪୬,୬୫୫ ଟଙ୍କାରେ କାରବାର ଚାଲିଛି। ଗତକାଲି ପ୍ରତି ୧୦ ଗ୍ରାମକୁ ସୁନା ୪୬,୭୫୭ ଟଙ୍କାରେ କାରବାର ବନ୍ଦ ହୋଇଥିଲା।

Gold Ornaments

Gold Ornaments

Advertisment

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା-ରୂପା ଦରରେ ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨% ଅର୍ଥାତ୍‌ ୧୦୨ ଟଙ୍କା ହ୍ରାସ ପାଇ ୪୬,୬୫୫ ଟଙ୍କାରେ କାରବାର ଚାଲିଛି। ଗତକାଲି ପ୍ରତି ୧୦ ଗ୍ରାମକୁ ସୁନା ୪୬,୭୫୭ ଟଙ୍କାରେ କାରବାର ବନ୍ଦ ହୋଇଥିଲା। 

Advertisment

ସେହିପରି ରୂପା ଦର ମଧ୍ୟ ହ୍ରାସ ପାଇଛି। ରୂପା ପ୍ରତି କିଲୋକୁ ୦.୪୨% ଅର୍ଥାତ୍‌ ୨୪୨ ଟଙ୍କା ହ୍ରାସ ପାଇ ୬୦,୭୪୪ ଟଙ୍କାରେ କାରବାର ଚାଲିଛି। ଗ୍ଲୋବାଲ୍‌ ମାର୍କେଟରେ ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରରେ ସୁନା ୦.୧% ହ୍ରାସ ପାଇ ପ୍ରତି ounceକୁ ୧,୭୫୮.୦୬ ଡଲାରରେ ପହଞ୍ଚିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୭୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୦,୬୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୩,୭୩୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୫୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ