Advertisment

ଶସ୍ତା ହେଲା ସୁନା

ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୩% ହ୍ରାସ ସହ ୪୬,୭୭୯ ଟଙ୍କାରେ କାରବାର ଚାଲିଛି।

ଅଦ୍ୟତନ ହୋଇଛି
Gold Ornaments

Gold Ornaments

Advertisment

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୩% ହ୍ରାସ ସହ ୪୬,୭୭୯ ଟଙ୍କାରେ କାରବାର ଚାଲିଛି। ସେହିପରି ରୂପା ୦.୫% ହ୍ରାସ ସହ ପ୍ରତି କିଲୋକୁ ୬୦,୬୫୧ ଟଙ୍କାରେ କାରବାର ଚାଲିଥିଲା। ପୂର୍ବ କାରବାରରେ ସୁନା ୦.୮% ବୃଦ୍ଧି ପାଇଥିବା ବେଳେ ରୂପା ୦.୬୫% ବୃଦ୍ଧି ପାଇଥିଲା। 

Advertisment

ଗ୍ଲୋବାଲ ମାର୍କେଟରେ ସ୍ପଟ୍‌ ଗୋଲ୍ଡ ମୂଲ୍ୟ ୦.୪% ହ୍ରାସ ସହ ପ୍ରତି ounceକୁ ୧,୭୬୧.୬୯ ଡଲାର ଥିଲା। ପୂର୍ବ କାରବାରରେ ଗ୍ଲୋବାଲ ମାର୍କେଟରେ  ସ୍ପଟ୍‌ ଗୋଲ୍ଡ ପ୍ରତି ounceକୁ ୧,୭୭୦.୪୧ ଡଲାର ଥିଲା। ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୬,୭୭୯ ଟଙ୍କା ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ୯,୪୯୦ ଟଙ୍କା ଶସ୍ତା ହୋଇଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୬୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୩,୮୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ