Advertisment

୨ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
୨ ଦିନ ବୃଦ୍ଧି ପରେ କମିଲା ସୁନା ଦର

gold ornaments

Advertisment

ନୂଆଦିଲ୍ଲୀ: ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା। ସେହିପରି ରୂପା ୦.୩୩% ହ୍ରାସ ପାଇ ପ୍ରତି କିଲୋକୁ ୬୭,୯୭୬ଟଙ୍କାରେ କାରବାର ଚାଲିଛି। 

Advertisment

ଗତକାଲି MCXରେ ସୁନା-ରୂପା ଦର ଉଚ୍ଚ ସ୍ତରରେ ଥିଲା। ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୨୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୬,୬୯୯ ଟଙ୍କାରେ କାରବାର ଚାଲିଥିଲା। ତେବେ ବଜାର ବନ୍ଦ ହେବା ପୂର୍ବରୁ ସୁନା ପ୍ରତି ୧୦ ଗ୍ରାମକୁ ୪୮,୨୮୧ ଟଙ୍କାରେ ଥିବାବେଳେ ରୂପା ପ୍ରତି କିଲୋକୁ ୬୮,୨୦୦ ଟଙ୍କା ଥିଲା। 

ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୭,୮୧୭ ଟଙ୍କା ଶସ୍ତାରେ ମିଳୁଛି ସୁନା।  

Advertisment

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୨୧୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୯୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ