Advertisment

କମିଲା ସୁନା ଦର, ଧନତେରାସ ଓ ଦୀପାବଳିରେ ଶସ୍ତାରେ କିଣନ୍ତୁ ସୁନା

ଧନତେରାସ ଓ ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

gold ornaments

gold ornaments

Advertisment

ନୂଆଦିଲ୍ଲୀ: ଧନତେରାସ ଓ ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ୯ଟା ୧୬ରେ Multi Commodity Exchange(MCX)ରେ ସୁନା ୦.୨୨% ଅର୍ଥାତ୍‌ ୧୦୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୭୯୬ ଟଙ୍କାରେ କାରବାର ଚାଲିଥିଲା।

Advertisment

ସେହିପରି ରୂପା ଆଜି ସକାଳେ ୦.୨୯% ଅର୍ଥାତ୍‌ ୧୯୧ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୬୪,୬୦୦ ଟଙ୍କାରେ କାରବାର ଚାଲିଥିଲା। ଅନ୍ତଃର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୪,୭୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୮୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୫୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ