Advertisment

Gold Price Today 27th July 2024: ସବୁଦିନ କମୁଛି ସୁନା ଦର,୧୦ ଗ୍ରାମକୁ କେତେ...ଜାଣନ୍ତୁ

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Gold Price Today

Gold Price Today

Advertisment

କିଛିଦିନ ତଳେ ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗତ ୬ ଦିନ ହେବ ଲଗାତାର କମୁଛି ସୁନା ଦର । ବଜେଟ୍‌ରେ କେନ୍ଦ୍ର ସରକାର ସୁନା ଓ ରୂପାରେ କଷ୍ଟମ ଡ୍ୟୁଟି କମାଇଛନ୍ତି । ଫଳରେ ଏହାର ପ୍ରଭାବରେ ଏକା ଥରେ ସୁନା ମାର୍କେଟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି, ତେବେ ସୁନା କିଣିବାକୁ ଚାହୁଁଥିଲେ ଡେରି ନକରି ଘରକୁ ଗହଣା କିଣି ଆଣନ୍ତୁ । 

Advertisment

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୯,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୩,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୩୨୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୦,୬୦୦ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୩,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୩୨୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୦,୬୦୦ ଟଙ୍କା ରହିଛି । ଏହାଛଡା  ରୁପା ଦର ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୩୬ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୨୦୦ ଓ ୧ କେଜି ପିଛା ୯୨,୦୦୦ ଟଙ୍କା ରହିଛି ।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ