Advertisment

କିଛି ଦିନ କମିବା ପରେ ପୁଣି ବଢ଼ିଲା ସୁନା ଦର

ଫ୍ୟୁଚର ଟ୍ରେଡ୍‌ରେ ସୁନା ଦର ଗୋଟିଏ ଦିନ ହ୍ରାସ ପାଇବା ପରେ ଆଜି ସକାଳେ ସୁନା ଦରରେ ବୃଦ୍ଧି ଘଟିଛି। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Gold Price Hike

Gold Price Hike

Advertisment

ନୂଆଦିଲ୍ଲୀ: ଫ୍ୟୁଚର ଟ୍ରେଡ୍‌ରେ ସୁନା ଦର ଗୋଟିଏ ଦିନ ହ୍ରାସ ପାଇବା ପରେ ଆଜି ସକାଳେ ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୭,୩୦୦ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ଦିନ ୧୧ଟା ସମୟରେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୬୮ ଟଙ୍କାରେ କାରବାର ଚାଲିଥିଲା। 

Advertisment

ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଆଜି ସକାଳେ MCXରେ ରୂପା ୧୦୭ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋକୁ ୬୨,୮୩୦ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ଦିନ ୧୧ଟା ସମୟରେ MCXରେ ରୂପା ପ୍ରତି କିଲୋକୁ ୬୩,୦୦୭ ଟଙ୍କାରେ କାରବାର ଚାଲିଥିଲା। ଗୁରୁବାର ଦିଲ୍ଲୀ ସର୍ରାଫା ବଜାରରେ ସୁନା ୨୬୫ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ୩୨୩ ଟଙ୍କା ହ୍ରାସ ପାଇଥିଲା। ଖୁବ୍‌ଶୀଘ୍ର ସୁନା ୫୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୨୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୦୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୨୨୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୩,୨୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୭୭୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Hike Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ