Advertisment

୪ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
undefined

gold price

Advertisment

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ୦.୭% ହ୍ରାସ ପାଇ ପ୍ରତି କିଲୋକୁ ୬୩,୦୫୧ ଟଙ୍କାରେ ପହଞ୍ଚିଛି।

Advertisment

ଅନ୍ତର୍ଜାତୀୟ ବଜାରରେ ଆମେରିକା ଡଲାରରେ ବୃଦ୍ଧି ଯୋଗୁ ଆଜି ସୁନା ଦର ହ୍ରାସ ପାଇଥିବା ଜଣାପଡ଼ିଛି। ଏଠାରେ ଆମେ ଆପଣ କହି ରଖୁଛୁ ଯେ, ଗତବର୍ଷ ଏହି ସମୟରେ ସୁନା ଦର ପାଖାପାଖି ୫୫ ହଜାର ଟଙ୍କା ଥିଲା। ତେଣୁ ଖୁବ୍‌ଶୀଘ୍ର ସୁନା ୫୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୬୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୪୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୮୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୮୫୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Today Silver Price Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ