Advertisment

ପୁଣି କମିଲା ସୁନା ଦର

ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
ପୁଣି କମିଲା ସୁନା ଦର

gold ornaments

Advertisment

ନୂଆଦିଲ୍ଲୀ: ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି। ଗତକାଲି ମଧ୍ୟ ସୁନା-ରୁପା ଦର ହ୍ରାସ ପାଇଥିଲା। 

Advertisment

ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୦ ପ୍ରତିଶତ ହ୍ରାସ ପାଇ ୪୭,୫୪୧ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ପ୍ରତି କିଲୋକୁ ୦.୦୨% ହ୍ରାସ ପାଇ ୬୭,୩୬୦ ଟଙ୍କାରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି।ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୦୦ ଟଙ୍କା ଶସ୍ତାରେ ମିଳୁଛି ସୁନା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୪୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ। 

Gold Price Today Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ