Gold Price Today 21st July 2024: ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ଦାମ୍

ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Gold Price Today

ବିବାହ ଋତୁରେ କମିଲା ସୁନା ଦର। ଆଜି ସାମାନ୍ୟ କମିଛି ସୁନା ଦର । ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ହ୍ରାସ ହୋଇଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୯୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୮୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୮୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୪,୨୪୦ ଟଙ୍କା ରହିଛି 

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ ପିଛା ୬,୮୧୫  ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୪,୫୨୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୪,୩୫୦ ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୬ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୬୮ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୬୦୦ ଓ ୧ କେଜି ପିଛା ୯୬,୦୦୦ ଟଙ୍କା ରହିଛି । 

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।