Advertisment

ବଢ଼ିଲା ସୁନା ଦର

ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।

undefined

gold prices rise

Advertisment

ନୂଆଦିଲ୍ଲୀ: ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ସେହିପରି ରୂପା ଦର ୮୭୦ ଟଙ୍କା ହ୍ରାସ ପାଇଛି। ଯଦି ଆମେ ଚଳିତ ସପ୍ତାହ କଥା କହିବା, ତା’ହେଲେ ସୁନା ଦର ୪୭,୧୩୦ ଟଙ୍କାରୁ ୪୭,୫୦୦ ଟଙ୍କା ମଧ୍ୟରେ କାରବାର ଚାଲିଥିବା ଦେଖିବାକୁ ମିଳିଛି। 

Advertisment

ଗତବର୍ଷ ଅଗଷ୍ଟରେ Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୩୦୦ ଟଙ୍କାରୁ ଅଧିକ ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ପାଖାପାଖି ୮,୯୦୦ ଟଙ୍କା ଶସ୍ତା ହୋଇଛି। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୨୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୨,୫୦୦ଟଙ୍କା ଥିବାବେଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୧୩୦ ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୪୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୬୪୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Hike Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ