Advertisment

ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା

ସପ୍ତାହ ଆରମ୍ଭରୁ ସର୍ରାଫା ବଜାରରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ୨୪ କ୍ୟାରେଟ୍‌ ସୁନା ଦର ୭୪୬ ଟଙ୍କା ହ୍ରାସ ପାଇଛି। ସୁନା ଦରରେ ଏହି ହ୍ରାସ ଯୋଗୁ ୧୦ ଗ୍ରାମ ସୁନା ୪୭,୩୭୯ ଟଙ୍କା ହୋଇଛି। ସେହିପରି ପ୍ରତି କିଲୋକୁ ରୂପା ଦର ୬୩,୧୮୬ ଟଙ୍କାରେ ପହଞ୍ଚିଛି।

Gold Ornaments

Gold Ornaments

Advertisment

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସର୍ରାଫା ବଜାରରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ୨୪ କ୍ୟାରେଟ୍‌ ସୁନା ଦର ୭୪୬ ଟଙ୍କା ହ୍ରାସ ପାଇଛି। ସୁନା ଦରରେ ଏହି ହ୍ରାସ ଯୋଗୁ ୨୪ କ୍ୟାରେଟ୍‌ର ୧୦ ଗ୍ରାମ ସୁନା ୪୭,୩୭୯ ଟଙ୍କା ହୋଇଛି। ସେହିପରି ପ୍ରତି କିଲୋକୁ ରୂପା ଦର ୬୩,୧୮୬ ଟଙ୍କାରେ ପହଞ୍ଚିଛି। 

Advertisment

Multi Commodity Exchange(MCX)ରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୭,୨୬୫ ଟଙ୍କାରେ କାରବାର ଚାଲିଛି। ରୂପା MCXରେ ପ୍ରତି କିଲୋକୁ ୬୩,୩୭୧ ଟଙ୍କାରେ କାରବାର ଚାଲିଛି। ହେଲେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ୦.୦୨% ବୃଦ୍ଧି ପାଇଛି। ଫଳରେ ପ୍ରତି ounceକୁ ସୁନା ୧,୭୭୦.୨୬ ଡଲାର ରହିଥିଲା। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୬୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୧୮୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୭୧୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ