Advertisment

ରେକର୍ଡ ସ୍ତରରୁ ୭,୯୦୦ ଟଙ୍କା ଶସ୍ତା ହେଲା ସୁନା

ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
ରେକର୍ଡ ସ୍ତରରୁ ୭,୯୦୦ ଟଙ୍କା ଶସ୍ତା ହେଲା ସୁନା

Gold Ornaments

Advertisment

ନୂଆଦିଲ୍ଲୀ: ସୁନା ଦର`ଗୁରୁବାର କେତେବେଳେ ହ୍ରାସ ପାଇଥିଲା ତ କେତେବେଳେ ଦରରେ ବୃଦ୍ଧି ଘଟିଥିଲା। ଏଭଳି ଭାବରେ କାରବାର ଚାଲିଥିଲା। ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି। ଆଜି ସୁନା ୪୮,୩୦୦ ଟଙ୍କାରେ କାରବାର ଚାଲିଛି। ଚଳିତ ସପ୍ତାହରେ ବର୍ତ୍ତମାନ ସୁଦ୍ଧା ସୁନା ପ୍ରତି ୧୦ ଗ୍ରାମକୁ ୫୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ରୂପା ପ୍ରତି କିଲୋକୁ ୪୦୦ ଟଙ୍କା ମହଙ୍ଗା ହୋଇଛି। ଆଜି ରୂପା ପ୍ରତି କିଲୋକୁ ୬୯,୭୦୦ ଟଙ୍କାରେ କାରବାର ଚାଲିଛି।

Advertisment

୨୦୨୦ରେ Multi Commodity Exchange(MCX)ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୦୦ ଟଙ୍କା ରହିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ସୁଦ୍ଧା ସୁନା ୭,୯୦୦ ଟଙ୍କା ଶସ୍ତା ହୋଇସାରିଲାଣି। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୭୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ