Advertisment

ଆଜି ବି କମିଲା ସୁନା ଦର, ରେକର୍ଡ ସ୍ତରରୁ ୯,୩୫୦ ଟଙ୍କା ହେଲା ଶସ୍ତା

ସୁନା ଓ ରୂପା ଦରରେ ଆଜି ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ୦.୧% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୨୩% ହ୍ରାସ ପାଇ ପ୍ରତି କିଲୋକୁ ୬୩,୧୫୫ ଟଙ୍କାରେ କାରବାର ହୋଇଥିଲା।

ଅଦ୍ୟତନ ହୋଇଛି
Gold Price Today Falls

Gold Price Today Falls

Advertisment

ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଆଜି ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ୦.୧% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୨୩% ହ୍ରାସ ପାଇ ପ୍ରତି କିଲୋକୁ ୬୩,୧୫୫ ଟଙ୍କାରେ କାରବାର ହୋଇଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁନା ଦର ଏହାର ରେକର୍ଡ ସ୍ତରରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯,୫୦୦ ଟଙ୍କାରୁ ଶସ୍ତା ହୋଇସାରିଲାଣି। 

Advertisment

ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କା ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ୯,୩୫୦ ଟଙ୍କା ଶସ୍ତା ହୋଇଛି।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ଆଜି ହ୍ରାସ ଦେଖିବାକୁ ମିଳିଛି। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୦୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୨୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୩,୪୦୦ଟଙ୍କା ଥିଲା।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୦୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୭୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ