Advertisment

କମିଲା ସୁନା ଦର

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
କମିଲା ସୁନା ଦର

Gold

Advertisment

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି। ସୁନା ପ୍ରତି ୧୦ ଗ୍ରାମକୁ ୨୧୯ ଟଙ୍କା ହ୍ରାସ ପାଇ ୪୭,୭୦୪ ଟଙ୍କାରେ କାରବାର ଚାଲିଛି। ରୂପା ୦.୩୩% ଅର୍ଥାତ୍‌ ୨୩୨ ଟଙ୍କା ହ୍ରାସ ପାଇ ୬୯,୦୬୫ ଟଙ୍କାରେ କାରବାର ଚାଲିଛି। 

Advertisment

୨୦୨୦ରେ Multi Commodity Exchange(MCX)ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୦୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ଏବେ ସୁନା ରେକର୍ଡ ସ୍ତରରୁ ୮,୪୮୭ ଟଙ୍କା ଶସ୍ତା ହୋଇଛି। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୧୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୧୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ