Advertisment

ସୁନା କିଣିବାକୁ ଚାହୁଁଛନ୍ତି କି ? ତୁରନ୍ତ କିଣି ନିଅନ୍ତୁ, ଖୁବ୍‌ ଶୀଘ୍ର ବଢ଼ିପାରେ ଦର

ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍‌ ସିଜନ୍‌ ଅର୍ଥାତ୍‌ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Gold Price May Hike

Gold Price May Hike

Advertisment

ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍‌ ସିଜନ୍‌ ଅର୍ଥାତ୍‌ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

Advertisment

ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର Multi Commodity Exchange(MCX) ପ୍ରତି ୧୦ ଗ୍ରାମକୁ ୪୬,୧୬୨ ଟଙ୍କା ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି। ହେଲେ ଖୁବ୍‌ ଶୀଘ୍ର ସୁନା ଦର ବୃଦ୍ଧି ପାଇପାରେ। 

ଅନ୍ତରାଷ୍ଟ୍ରୀୟ ବଜାର, ଡୋମେଷ୍ଟିକ୍‌ ଫ୍ୟୁଚର୍‌ ମାର୍କେଟ୍‌ ଓ ବୁଲିୟନ୍‌ ମାର୍କେଟ୍‌ରେ ଆଜି ସୁନା ଦର ବୃଦ୍ଧି ପାଇଛି। ଶୁକ୍ରବାର ଶେଷ କାରବାରରେ ସ୍ଥାନୀୟ ସର୍ରାଫା ବଜାରରେ ସୁନା ଦରରେ ବଡ଼ ଧରଣର ହ୍ରାସ ଘଟିଥିଲା। ଆଜି ସକାଳେ MCXରେ ସୁନା ୦.୩୬% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୬,୧୬୨ ଟଙ୍କା ଥିଲା। ରୂପା ୧.୦୪% ବୃଦ୍ଧି ପାଇ ପ୍ରତି କିଲୋକୁ ୬୦,୫୭୮ ଟଙ୍କାରେ ପହଞ୍ଚି ଥିଲା। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୫୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୩,୫୭୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କା ରହିଛି। 

ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୯,୪୮୦ ଟଙ୍କା ଥିବାବେଳେ କୋଲକାତାରେ ୪୮,୬୦୦ ଟଙ୍କା, ଚେନ୍ନାଇରେ ୪୭,୬୬୦ ଟଙ୍କା ରହିଛି। ସେହିପରିଦିଲ୍ଲୀରେ ରୂପା ପ୍ରତି କିଲୋକୁ ୬୦,୫୦୦ ଟଙ୍କା ଥିବାବେଳେ ମୁମ୍ବାଇ ଓ କୋଲକାତାରେ ମଧ୍ୟ ସମାନ ଦର ରହିଛି। ଚେନ୍ନାଇରେ ପ୍ରତି କିଲୋକ ରୂପା ୬୪,୭୦୦ ଟଙ୍କା ରହିଛି। 

Advertisment
Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ