Advertisment

ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ସୁନା

ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ସୁନା

gold ornaments

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି। ତେଣୁ ସୁନାରେ ନିବେଶ କରିବା ପାଇଁ ନିବେଶକଙ୍କ ଲାଗି ଏହା ହେଉଛି ଉପଯୁକ୍ତ ସମୟ ବୋଲି ଏକ୍ସପର୍ଟ କହିଛନ୍ତି। ନଚେତ୍‌ ଦୀପାବଳି ପୂର୍ବରୁ ସୁନା ଦରରେ ବୃଦ୍ଧି ଘଟି ୫୨ ହଜାର ଟଙ୍କା ଉପରେ ପହଞ୍ଚି ପାରେ। ବର୍ତ୍ତମାନ ସୁନା ଦର ୪୭ ହଜାର ଟଙ୍କା ଉପରେ ଥିବାବେଳେ ଦୀପାବଳି ପର୍ଯ୍ୟନ୍ତ ଏହା ୫ ହଜାର ଟଙ୍କା ବୃଦ୍ଧି ପାଇ ୫୨ ହଜାର ଟଙ୍କା ଉପରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି। 

Advertisment

ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍‌ ଆଜି  Multi Commodity Exchange(MCX)ରେ ସୁନା-ରୁପା ଦର ସାମାନ୍ୟ ବୃଦ୍ଧି ପାଇଛି। ସୁନା ୦.୧୯ ପ୍ରତିଶତ ବୃଦ୍ଧି ପାଇ ୪୭,୬୨୪ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ୦.୨୯ ପ୍ରତିଶତ ବୃଦ୍ଧି ପାଇ ୬୭,୨୧୯ରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୨୪ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୭୬ ଟଙ୍କା ଶସ୍ତାରେ ମିଳୁଛି ସୁନା।  

ଯଦି ଆମେ ଇଣ୍ଟରନ୍ୟାସନାଲ ମାର୍କେଟ୍‌ କଥା କହିବା, ଏଠାରେ ମଧ୍ୟ ସୁନା ଦରରେ ବୃଦ୍ଧି ଘଟିଛି। ଆମରିକାରେ ସୁନା ୭.୦୧ ଡଲାର ବୃଦ୍ଧି ସହ ପ୍ରତି ounceକୁ ୧,୮୦୭.୨୩ ଲେଭଲ୍‌ରେ ରହିଛି। ସେହିପରି ରୂପା ୦.୧୦ ଡଲାର ବୃଦ୍ଧି ସହ ୨୫.୨୮ ଡଲାର ଲେଭଲ୍‌ରେ ରହିଛି। 

Advertisment

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ