ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧର ପ୍ରଭାବ,୫ଦିନ ହେଲା ସୁନା ଦର ଉପରମୁହାଁ

ଗତକାଲି ଗୋଟିଏ ଦିନରେ ୫୫୦ଟଙ୍କା ବୃଦ୍ଧି...ଯୁଦ୍ଧ ଯୋଗୁଁ ମାର୍କେଟରେ ଅନିଶ୍ଚିତତା

gold price

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପ୍ରଭାବରେ ଉପରମୁହାଁ ସୁନା ଦର । ଗତ ୫ ଦିନରେ ସୁନା ଦର ୧ ହଜାର ଟଙ୍କା ମହଙ୍ଗା ହେଲାଣି। କେବଳ ଗତକାଲି ଗୋଟିଏ ଦିନରେ ବଢ଼ିଛି ୫୫୦ ଟଙ୍କା । ଯୁଦ୍ଧ ସ୍ଥିତିରେ ନିବେଶକମାନେ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଛନ୍ତି । ଏଣୁ ବଢୁଛି ସୁନା ଦର ।

ରାଜଧାନୀ ଭୁବନେଶ୍ଵରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ବୃଦ୍ଧି ଘଟି ୧୦ ଗ୍ରାମ ପିଛା ୫୪ ହଜାର ଟଙ୍କାରେ ପହଞ୍ଚିଛି। ଅକ୍ଟୋବର ୫ରେ ଏହା ୫୩ ହଜାର ଟଙ୍କା ଥିଲା । ସେହିଭଳି ୫ ଦିନ ଭିତରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୭୦ ହଜାର ଟଙ୍କାରୁ ହଜାରେ ଟଙ୍କା ମହଙ୍ଗା ହୋଇ ୭୧ ହଜାର ଟଙ୍କାରେ ପହଞ୍ଚିଛି । ...