Advertisment

Gold Price Drop: ଅକ୍ଷୟତୃତୀୟା ପରେ ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।

ଅଦ୍ୟତନ ହୋଇଛି
 Gold

Gold

Advertisment

ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ସୁନା କିଣିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡ଼ୁଛି। ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କମିଛି ସୁନା ଦର। ଏକାଥରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୧୮୦ ଟଙ୍କା ହ୍ରାସ ପାଇଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୧୮୦ ଟଙ୍କା ହ୍ରାସ ପାଇବା ସହ ୯୫,୭୩୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦ଟଙ୍କା ହ୍ରାସ ଘଟି ୮୯,୭୫୦ ଟଙ୍କାରୁ ୮୭,୭୫୦ ଟଙ୍କା ରହିଛି ।

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୯୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୨୧୮୦ ଟଙ୍କା ହ୍ରାସ ପାଇ ୯୫,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।

Advertisment

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Gold Gold Prices Fall Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ