Advertisment

ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ଭୁବନେଶ୍ୱର ଓ କଟକର ରେଟ୍‌

ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।

ଅଦ୍ୟତନ ହୋଇଛି
Gold and silver prices rise again: Check rates in Bhubaneswar, Cuttack today

Gold and silver prices rise again: Check rates in Bhubaneswar, Cuttack today

Advertisment

ଆଜି ପୁଣି ବଢ଼ିଲା ସୁନା ଦର । ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର । ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୨ ହଜାର ୬୫୦ ଟଙ୍କା ମୂଲ୍ୟରେ କାରବାର ହେଉଛି । ଗତକାଲି ଅପେକ୍ଷା ଆଜି ସୁନା ଦରରେ ୩୦୦ ଟଙ୍କା ବୃଦ୍ଧି ପାଇଛି ।

Advertisment

୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୭୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୯୦୦ ଟଙ୍କା, ୪୦,୭୦୦ ଟଙ୍କା ଓ ୩୨,୨୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୯୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୬୫ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୭୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତକାଲିର ରୂପା ମୂଲ୍ୟ ଅପେକ୍ଷା ଆଜି ଦରରେ ୨୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୪,୦୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Silver Price Gold Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ