Advertisment

ଆହୁରି ଶସ୍ତା ହେଲା ସୁନା

ଆଜି ମଧ୍ୟ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୮୬% ଅର୍ଥାତ୍‌ ୪୦୨ ଟଙ୍କା ହ୍ରାସ ପାଇ ୪୬,୨୭୦ ଟଙ୍କାରେ କାରବାର ଚାଲିଛି।

ଅଦ୍ୟତନ ହୋଇଛି
Gold Price Hike

Gold Price Falls

Advertisment

ନୂଆଦିଲ୍ଲୀ: ଆଜି ମଧ୍ୟ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୮୬% ଅର୍ଥାତ୍‌ ୪୦୨ ଟଙ୍କା ହ୍ରାସ ପାଇ ୪୬,୨୭୦ ଟଙ୍କାରେ କାରବାର ଚାଲିଛି। ସେହିପରି ରୂପା ପ୍ରତି କିଲୋକୁ ୧.୧୪% ଅର୍ଥାତ୍‌ ୬୯୯ ଟଙ୍କା ହ୍ରାସ ପାଇ ୬୦,୬୧୬ ଟଙ୍କାରେ କାରବାର ଚାଲିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୫୧ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୦,୮୯୦ ଟଙ୍କା ଥିଲା। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୩୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୬୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୦୯୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୩,୮୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କା ରହିଛି। ଆଜି ସକାଳେ ଚେନ୍ନାଇରେ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୧୦ ଟଙ୍କାରେ କାରବାର ଚାଲିଥିବା ବେଳେ କୋଲକାତାରେ ୪୮,୯୦୦ ଟଙ୍କାରେ କାରବାର ଚାଲିଥିଲା। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ