Advertisment

Goutam Adani Samdhi: ଆଦାନୀଙ୍କ ଠାରୁ ଧନୀ କି ସାନ ସମୁଦି ଜୈମିନ ଶାହ ? କେଉଁ ବ୍ୟବସାୟ କରନ୍ତି, ମୋଟ ସମ୍ପତ୍ତି କେତେ...

ଗୌତମ ଆଦାନୀଙ୍କର ଦୁଇଟି ପୁଅ ଅଛନ୍ତି । ବଡ ପୁଅଙ୍କ ନାମ କରଣ ଆଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଅଦାନୀ । ସାନପୁଅ ଜିତ୍ ଆଦାନୀ ନଭେମ୍ବର ୭, ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । କରଣ ଓ ଜିତ୍ ଉଭୟ ବିଦେଶରେ ପାଠ ପଢ଼ିବା ସହ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି । ଜିତ୍ ଏବେ ଆଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି।

ଅଦ୍ୟତନ ହୋଇଛି
କେତେ ସଂପତ୍ତିର ମାଲିକ ଆଦାନୀଙ୍କ ସାନ ସମୁଦି

କେତେ ସଂପତ୍ତିର ମାଲିକ ଆଦାନୀଙ୍କ ସାନ ସମୁଦି

Advertisment

ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ଘରେ ବାଜିବ ଶାହାନାଇ । ଛୋଟ ପୁଅ ଜିତ ଆଦାନୀଙ୍କ ବିବାହ ପାଇଁ ଖୁବ ଧୁମଧାମରେ ପ୍ରସ୍ତୁତି ଚାଲିଛି । ଜଣେ ବଡ଼ ବ୍ୟବସାୟୀଙ୍କ ଝିଅ ଦିବା ଜୈମିନ ଶାହଙ୍କୁ ବିବାହ କରିବେ ଜିତ ଆଦାନୀ । ଫେବୃୟାରୀ ୭ରେ ଉଭୟ ବିବାହର ପବିତ୍ର ବନ୍ଧନରେ ବାନ୍ଧିହେବେ । ଗୌତମ ଆଦାନୀଙ୍କ ଭାବି ସମୁଦି ତଥା ଦିବାଙ୍କ ବାପାଙ୍କ ନାମ ହେଲା ଜୈମିନ ଶାହ । ମିଡିଆ ରିପୋର୍ଟ ଅନୁସାରେ ଆଦାନୀ ଏବଂ ଶାହଙ୍କ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା। ଦିବା ଜୈମିନ ଶାହାଙ୍କ ସହ ଜିତଙ୍କ ନିର୍ବନ୍ଧ ୧୨ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଦିବା ଜୈମିନ, ଗୌତମ ଆଦାନୀଙ୍କ ସାନ ବୋହୂ ଭାବରେ ଆଦାନୀ ପରିବାରରେ ପ୍ରବେଶ କରିବାକୁ ଯାଉଛନ୍ତି ।

Advertisment

ଦିବା ଜୈମିନ କିଏ ?

ଦିବା ଜୈମିନ ଶାହ ସି.ଦିନେଶ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡର ମାଲିକ ଜୈମିନ ଶାହଙ୍କ ଝିଅ । ଜୈମିନ ଶାହ ସୁରଟର ବଡ଼ ତଥା ନାମକରା ବ୍ୟବସାୟୀଙ୍କ ମଧ୍ୟରୁ ଜଣେ । ଦିବା ଓ ଜିତଙ୍କ ନିର୍ବନ୍ଧକୁ ଖୁବ ନିରାଡମ୍ବର ଭାବରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦାନୀ ପରିବାରର ବନ୍ଧୁ ଓ ସମ୍ପର୍କୀୟ ଯୋଗ ଦେଇଥିଲେ। ।

ଜିତଙ୍କ ଜୀବନସାଥୀଙ୍କ ପାଖରେ କେତେ ସମ୍ପତ୍ତି ?

ଦିବା ଜୈମିନ ଶାହ ଲାଇମଲାଇଟରୁ ବହୁ ଦୂରରେ ରୁହନ୍ତି । ଏଥିପାଇଁ ତାଙ୍କ ସମ୍ପର୍କରେ ବିଶେଷ କୌଣସି ତଥ୍ୟ ଉପଲବ୍ଧ ନାହିଁ । ତେବେ ମିଡିଆ ରିପୋର୍ଟ ଅନୁସାରେ କୋଟି କୋଟି ସମ୍ପତ୍ତିର ଅଧିକାରୀ ହେଲେ ଦିବା । ବାପାଙ୍କୁ ସେ ବ୍ୟବସାୟରେ ସାହାଯ୍ୟ କରନ୍ତି ।

Advertisment

ଜୈମିନ ଶାହ କେଉଁ ବ୍ୟବସାୟ କରନ୍ତି ?

ଜୈମିନ ଶାହ ସୁରଟର ଜଣେ ବଡ ହୀରା ବ୍ୟବସାୟୀ । ତାଙ୍କ କମ୍ପାନୀର ନାମ ହେଉଛି ସି.ଦିନେଶ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ । ୧୯୭୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଜୈମିନ ଶାହଙ୍କ କମ୍ପାନୀ । କମ୍ପାନୀର ମୁଖ୍ୟାଳୟ ମୁମ୍ବାଇ ଏବଂ ସୁରଟରେ ଅଛି । ତାଙ୍କ କମ୍ପାନୀ ଭାରତ ଏବଂ ବିଦେଶର ଅନେକ କମ୍ପାନୀ ସହ ହୀରା ବ୍ୟବସାୟ କରେ । ଜିଗର ଦୋସି, ଅମିତ ଦୋସି, ଜୈମିନ ଶାହ ମିଶି କମ୍ପାନୀର ପରିଚାଳନା କରନ୍ତି ।

କେତେ ସମ୍ପତ୍ତିର ଅଧିକାରୀ ଆଦାନୀଙ୍କ ସମୁଦି ?

ଜୈମିନ ଶାହଙ୍କ ପାଖରେ କେତେ ସମ୍ପତ୍ତି ଅଛି, ସେସମ୍ପର୍କରେ ପବ୍ଲିକ ଡୋମେନରେ କୌଣସି ତଥ୍ୟ ଉପଲବ୍ଧ ନାହିଁ । ତେବେ ଭିନ୍ନ ଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ସମ୍ପତ୍ତିର ଆକଳନ ଭିନ୍ନ ଭିନ୍ନ କରାଯାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ନାମ ସାମିଲ ରହିଛି । ଏଥିରେ ମୁକେଶ ଅମ୍ବାନୀ ଏବଂ ଗୌତମ ଦାନୀଙ୍କ ସମେତ ବହୁ ଭାରତୀୟ ବ୍ୟବସାୟୀଙ୍କ ନାମ ରହିଛି । କିନ୍ତୁ ଏଥିରେ ତାଲିକାରେ ଜୈମିନ ଶାହଙ୍କ ନାମ ନାହିଁ । ଏହି ତାଲିକାରେ ୭୩.୯ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ୨୧ ତମ ଧନୀ ବ୍ୟକ୍ତି ହେଉଛନ୍ତି ଆଦାନୀ । ଏଭଳି ସ୍ଥିତିରେ ସମ୍ପତ୍ତି ଦୃଷ୍ଟିରୁ ଅଦାନୀ ତାଙ୍କ ସାନ ସମୁଦିଙ୍କ ଠାରୁ ଅନେକ ଆଗରେ ବୋଲି କୁହାଯାଇପାରେ । 

Advertisment

କ’ଣ କରନ୍ତି ଜିତ ଆଦାନୀ?

ଗୌତମ ଆଦାନୀଙ୍କର ଦୁଇଟି ପୁଅ ଅଛନ୍ତି । ବଡ ପୁଅଙ୍କ ନାମ କରଣ ଅଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଆଦାନୀ । ସାନପୁଅ ଜିତ୍ ଆଦାନୀ ନଭେମ୍ବର ୭, ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । କରଣ ଓ ଜିତ୍ ଉଭୟ ବିଦେଶରେ ପାଠ ପଢ଼ିବା ସହ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି । ଜିତ୍ ଏବେ ଅଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି।

ନିକଟରେ ବିବାଦରେ ଛନ୍ଦି ହୋଇପଡ଼ିଥିଲା ଥିଲା ଆଦାନୀ ଗ୍ରୁପ

ଗତ ବର୍ଷ ନଭେମ୍ବରରେ ଆମେରିକାର ଆଇନ ବିଭାଗ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲା ଓ କମ୍ପାନି ଆନ୍ତର୍ଜାତିକ ନିବେଶକଙ୍କୁ ଜାଣିଶୁଣି ବିଭ୍ରାନ୍ତ କରୁଥିବା କହିଥିଲା। ଭାରତରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଲାଗି କମ୍ପାନି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା । ତେବେ ସେହି ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରାଯାଇଥିଲା । ଆଦାନୀ ଗ୍ରୁପ୍ ସ୍ପଷ୍ଟୀକରଣ ଜାରି କରି କହିଥିଲା, ଆମେରିକା କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

କିଏ ହେବ ଆଦାନୀଙ୍କ ଉତ୍ତରାଧିକାରୀ ?

ଗୌତମ ଆଦାନୀ ବ୍ଲୁମବର୍ଗକୁ ନିକଟରେ ଏକ ସାକ୍ଷାତକାର ଦେବା ସହ ନିଜର ଅବସର ନେଇ ଚର୍ଚ୍ଚା କରିଥିଲେ । ୭୦ ବର୍ଷ ବୟସରେ ୨୦୩୦ରେ କାର୍ଯ୍ୟରୁ ଅବସର ନେବେ ଗୌତମ ଆଦାନୀ । ଅବସର ପରେ କମ୍ପାନୀର ଦାୟିତ୍ୱ ତାଙ୍କ ଦୁଇ ପୁଅ ଏବଂ ଦୁଇ ପୁତୁରାଙ୍କ ଉପରେ ରହିବ । ଆଦାନୀ ଅବସର ନେବାପରେ ଚାରି ଜଣ ଉତ୍ତରାଧିକାରୀ ଦୁଇ ପୁଅ କରଣ ଆଦାନୀ ଓ ଜିତ ଆଦାନୀ ଏବଂ ପୁତୁରା ପ୍ରଣବ ଆଦାନୀ ଓ ସାଗର ଆଦାନୀ ଟ୍ରଷ୍ଟର ସମାନ ହିତାଧିକାରୀ ହେବେ ।
କିଏ କେଉଁ ଦାୟିତ୍ୱରେ ରହିବେ, ସେ ସମ୍ବନ୍ଧରେ ଗୋପନୀୟ ଚୁକ୍ତିନାମା ହେବ । ଯେଉଁଥିରେ ଆଦାନୀ ଗ୍ରୁପ୍ କମ୍ପାନୀର ସେୟାର ଓ ଉତ୍ତରାଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରହିବ।

Goutam Adani Marriage Business
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ