Advertisment

ପ୍ଲାଷ୍ଟିକ୍‌ ଯୁଗରେ ବି ବଢ଼ୁଛି ବେତ ଓ ବାଉଁଶ ସାମଗ୍ରୀର ଚାହିଦା, ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ବେତ ଓ ବାଉଁଶରୁ ଫୁଲଦାନୀ, ଚପଲ ଷ୍ଟାଣ୍ଡ, ପରିବା ଷ୍ଟାଣ୍ଡ, ବାଉଁଶ ଦୋଳି, ଠାକୁର ଖଟୁଲି, ସେର, ପାଛିଆ ଆଦି ବିଭିନ୍ନ ସାମଗ୍ରୀ ତିଆରି ହୋଇଥାଏ।

ଅଦ୍ୟତନ ହୋଇଛି
Rattan

Rattan

Advertisment

ଯୁଗ ବଦଳୁଛି ଆଉ ପୁରୁଷଙ୍କ ସହ ସମତାଳରେ ଆଗକୁ ବଢ଼ୁଛି ମହିଳାଟିଏ। କେବଳ ପୁରୁଷଟିଏଯେ, ରୋଜଗାର କରିବ ଆଉ ଘର ସଂଭାଳିବ ମହିଳା, ଏମିତି ଚିନ୍ତାଧାରା ଏବେ ବଦଳିବାକୁ ଲାଗିଲାଣି। ଆଉ ଏହାକୁ ବେଶ୍ ସଫଳତାର ପ୍ରମାଣିତ କରୁଛନ୍ତି କଟକ ନରସିଂହପୁର ବ୍ଲକ୍ ପଦାମାଳ ବାଣେଶ୍ୱରନାସି ଗାଁର ମହିଳାମାନେ। 

Advertisment

ଏହି ଗାଁର ବିଭିନ୍ନ ବାଉଁଶ ସାମଗ୍ରୀ ଏଠିକାର ମିଶନଶକ୍ତି ମହିଳାଙ୍କୁ ଏବେ କରିଛି ବେଶ୍ ରୋଜଗାରକ୍ଷମ। ରାଜ୍ୟ ସରକାର ବିଭିନ୍ନ ସମୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେଉଛନ୍ତି । ବ୍ୟାଙ୍କରୁ ପଦାମାଳ ପଂଚାୟତ ବାଣେଶ୍ୱରନାସି ଗାଁର ମାଆ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠି ଦୁଇଲକ୍ଷ ଲେଖାଏଁ ଲୋନ ନେଇ ବେତ ଓ ବାଉଁଶରୁ ବିଭିନ୍ନ ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

ପ୍ଲାଷ୍ଟିକ ଯୁଗରେ ମଧ୍ୟ ବେତ ସାମଗ୍ରୀର ଭଲ ଚାହିଦା ରହିଥିବାରୁ ଲୋକ ମଧ୍ୟ ଏସବୁକୁ ଘରକୁ କିଣି ନେଉଛନ୍ତି। ବେତ ଓ ବାଉଁଶର ବିଭିନ୍ନ ସାମଗ୍ରୀ ମହିଳାମାନଙ୍କୁ ନିଜ ଗୋଡ଼ରେ ଛିଡ଼ାହେବାର ସାହସ ଦେଇଛି । ବିଶେଷ କରି ବିଭିନ୍ନ ଘରକରଣା ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଏହି ମିଶନ ଶକ୍ତି ଗ୍ରୁପ।

Advertisment

ବାଣେଶ୍ୱରନାସୀ ଗାଁର ମାଆ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠିର ୧୫ ଜଣ ସଦସ୍ୟ ଦିନ ରାତି ଏକ କରି ବେତ ଓ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରୁଥିବା ଜଣାପଡିଛି। ବେତ ଓ ବାଉଁଶରୁ ଫୁଲଦାନୀ, ଚପଲ ଷ୍ଟାଣ୍ଡ, ପରିବା ଷ୍ଟାଣ୍ଡ, ବାଉଁଶ ଦୋଳି, ଠାକୁର ଖଟୁଲି, ସେର, ଜାଲି, ପାଛିଆ ଆଦି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ସବୁଠୁ ଖୁସିର କଥା ହେଉଛି ଲୋକେ ପରିବେଶକୁ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକ୍ ସାମଗ୍ରୀରୁ ମୁହଁ ଫେରାଇ ଏସବୁ ବାଉଁଶ ଓ ବେତ ସାମଗ୍ରୀକୁ କିଣି ନେଉଛନ୍ତି।

ଉତ୍ପାଦିତ ସାମଗ୍ରୀ ନରସିଂହପୁର ଓ ବଡମ୍ବା ଅଞ୍ଚଳରେ ହେଉଥିବା ବିଭିନ୍ନ ବଜାରରେ ବିକ୍ରି କରାଯାଇଥାଏ। ଏଥି ସହିତ ଗାଁ ଲୋକମାନେ ମଧ୍ୟ ମନମୁତାବକ କିଛି ଜିନିଷ କିଣି ନେଇଥାନ୍ତି। ୫୦୦ଟଙ୍କା ଠାରୁ ଆରମ୍ଭ କରି ୮ ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏଥିପାଇଁ ମଝିରେ ମଝିରେ କ୍ଷତି ସହିବାକୁ ପଡୁଛି ବୋଲି ଗ୍ରୁପ୍‌ର ସଦସ୍ୟମାନେ କୁହନ୍ତି। କ୍ଷତିରୁ ବର୍ତ୍ତିବା ପାଇଁ ବହୁ ଦୂର ବଜାରକୁ ସମଗ୍ରୀ ନେଇ ବିକ୍ରି କରିବାକୁ ପଡୁଥିବା କିଛି ସଦସ୍ୟ କହିଛନ୍ତି।

Advertisment

ତେବେ ସରକାରୀ ସ୍ତରରେ ମିଶନ ଶକ୍ତି ମହିଳା ଗ୍ରୁପ ଙ୍କୁ ଆଉ କିଛି ସହଯୋଗ ମିଳି ପାରିଲେ, ସେମାନେ କଞ୍ଚାମାଲ କିଣି ନୂଆ ନୂଆ ସାମଗ୍ରୀ ତିଆର କରି ଅଧିକ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।।

(ରିପୋର୍ଟ- ସର୍ବେଶ୍ୱର ସ୍ୱାଇଁ)

Mission Shakti SHG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ