Advertisment

ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର

ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।

Edible Oil

Edible Oil

Advertisment

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି। ଗତ ବର୍ଷକ ମଧ୍ୟରେ ଦେଶର ଖାଇବ ତେଲ ଦର ପ୍ରାୟ ୪୮ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଓ ଦେଶରେ ଖାଇବା ତେଲର ଚାହିଦା ପୂରଣ କରୁଥିବା ସୋୟାବିନ ଉତ୍ପାଦନରେ ହ୍ରାସ ପାଇଁ ତେଲ ଦର ବଢ଼ି ଚାଲିଥିଲା। ତେବେ ଆଗାମୀ ଦିନରେ ଦର ବୃଦ୍ଧି ନିଶ୍ଚୟ ଦୂର ହେବ ବୋଲି ଖାଦ୍ୟ ସଚିବ କହିଛନ୍ତି।

Advertisment

ଡିସେମ୍ବର ସୁଦ୍ଧା ଘରୋଇ ବଜାରରେ ପ୍ରଚୁର ପରିମାଣର ସୋୟାବିନ୍ ଏବଂ ସୋରିଷ ଉତ୍ପାଦନ ସାଙ୍ଗକୁ ଅନ୍ୟାନ୍ୟ ତୈଳବୀଜ ଫସଲ ମଧ୍ୟ ଅମଳ ହେବାକୁ ଥିବାରୁ ଖାଇବା ଦେଲ ଦର ନିୟନ୍ତ୍ରଣକୁ ଆସିବା ନେଇ ଆଶା କରାଯାଉଛି। ଏନେଇ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଖାଦ୍ୟ ସଚିବ ସୂଚନା ଦେଇଛନ୍ତି। ତେବେ ଏହା ହଠାତ୍‌ କମିବ ନାହିଁ, ବରଂ ଧୀରେ ଧୀରେ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି। 

ବର୍ତ୍ତମାନ ଭାରତ ଏହାର ଖାଇବା ତେଲ ୬୦% ଆମଦାନୀ କରୁଛି। ସୂଚନାଥାଉ କି, ୨ ମାସ ପୂର୍ବେ ଅଶୋଧିତ ପାମ୍‌ ଅଏଲ୍‌ ଉପରେ କେନ୍ଦ୍ର ଆମଦାନୀ ଶୁଳ୍କ ୧୫% ରୁ ୧୦%କୁ ହ୍ରାସ କରିଥିଲା। ଯାହାକି ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ। ମୁଖ୍ୟତଃ ପାମ୍‌ ଅଏଲ ଓ ସୋୟାବିନ୍‌ ତେଲ ଅଧିକ ଭାରତରେ ଆମଦାନୀ ହୋଇଥାଏ।

Advertisment

ଭାରତୀୟ ବଜାରରେ ପାମ୍‌ ଅଏଲ୍‌ର ଶେଆର୍‌ ୩୦-୩୧% ଥିବାବେଳେ ସୋୟାବିନ୍‌ ତେଲର ଶେଆର ୨୨% ରହିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ସୋୟାବିନ୍‌ ତେଲର ଅନ୍ତର୍ଜାତୀୟ ଦରରେ ୨୨% ଏବଂ ପାମ୍‌ ଅଏଲ୍‌ରେ ୧୮% ବୃଦ୍ଧି ଘଟିଛି। କିନ୍ତୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦୁଇ ପ୍ରତିଶତରୁ କମ୍ ରହିଛି।

Advertisment
Edible Oil Price Edible Oil
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ