Advertisment

କମ୍‌ ଦାମ୍‌ରେ କିଣନ୍ତୁ ସ୍ମାର୍ଟ ଟିଭି ଓ ସ୍ମାର୍ଟ ଫୋନ୍‌

Xiaomi ଦିୱାଲି ୱିଥ୍‌ ଏମ୍‌ଆଇ (Diwali with Mi) ସେଲ୍‌ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକ ଟିଭି, ଫୋନ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କମ୍‌ ଟଙ୍କାରେ କିଣିପାରିବେ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏହି ଡିସ୍‌କାଉଣ୍ଟ ଦିଆଯାଉଛି।

ଅଦ୍ୟତନ ହୋଇଛି
Redmi Smart TV

Redmi Smart TV

Advertisment

Xiaomi ଦିୱାଲି ୱିଥ୍‌ ଏମ୍‌ଆଇ (Diwali with Mi) ସେଲ୍‌ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକ ଟିଭି, ଫୋନ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କମ୍‌ ଦାମରେ କିଣିପାରିବେ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏହି ଡିସ୍‌କାଉଣ୍ଟ ଦିଆଯାଉଛି। ଏନେଇ Mi.com ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଯେଉଁଥିରେ  ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳିପାରିବ ବୋଲି ଉଲ୍ଲେଖ କରାଯାଇଛି। ଯଦି ଆମେ ସ୍ମାର୍ଟ ଟିଭି କଥା କହିବା, ତା’ହେଲେ ସେଲ୍‌ରେ ଉପଲ୍ଲବ୍ଧ ଟିଭି ଉପରେ ଗ୍ରାହକ ଭଲ ଡିସ୍‌କାଉଣ୍ଟ ପାଇ ପାରିବେ। 

Advertisment

ଏହି ସେଲ୍‌ରେ Redmi Smart TV 43 ଉପରେ ଭଲ ଡିସ୍‌କାଉଣ୍ଟ ପାଇ ପାରିବେ। ମିଳିଥିବା ସୂଚନା ଅନୁସାରେ, ଏହି ସେଲ୍‌ରେ ଆପଣ ଏହାକୁ କେବଳ ୨୩,୯୯୯ ଟଙ୍କାରେ କିଣି ପାରିବେ। ଯାହାର ପୂର୍ବ ମୂଲ୍ୟ ୩୪,୯୯୯ ଟଙ୍କା ଥିଲା। ଖାଲି ଟିଭି ନୁହେଁ ସେଲ୍‌ରେ Mi 11X 5G, Xiaomi 11 Lite NE 5G ଓ Redmi 9A ସ୍ମାର୍ଟଫୋନ୍‌ ମଧ୍ୟ ଆପଣଙ୍କୁ ଡିସ୍‌କାଉଣ୍ଟରେ ମିଳିପାରିବ। Mi 11X 5Gର ମୂଲ୍ୟ ୩୩,୯୯୯ ଟଙ୍କା ଥିବାବେଳେ ଏବେ ଏହାର ଦାମ୍‌ ୧୯,୪୯୯ ଟଙ୍କା ରହିଛି। ସେହିପରି Xiaomi 11 Lite NE 5Gର ଦାମ୍‌ ୨୩,୨୪୯ ଟଙ୍କା ଓ Redmi 9Aର ଦାମ୍‌ ୬,୧୧୯ ଟଙ୍କା ରହିଛି। 

ସେହିପରି ସେଲ୍‌ରେ Redmi Smart TV X Series ଉପରେ ଆପଣ ଡିସ୍‌କାଉଣ୍ଟ ପାଇପାରିବେ। ଏହି ସରିଜର ଟିଭି ୩ଟି ସାଇଜ୍‌ ୫୦ ଇଞ୍ଚ୍, ୫୫ ଇଞ୍ଚ ଓ ୬୫ ଇଞ୍ଚରେ ଉପଲ୍ଲବ୍ଧ। ମିଳିଥିବା ସୂଚନା ଅନୁସାରେ, ସେଲ୍‌ରେ ଏହାକୁ କେବଳ ଆପଣ ୩୦,୨୪୯ ଟଙ୍କାରେ କିଣିପାରିବେ। Mi Robot Vacuum-Mop P ଓ Mi Smart Band 5 ରେ ମଧ୍ୟ ଡିସ୍‌କାଉଣ୍ଟ ଦିଆଯାଉଛି। 

Advertisment

ଯଦି Diwali with Mi ସେଲ୍‌ରେ ଆପଣ ଯେକୌଣସି ଜିନିଷ କିଣୁଛନ୍ତି ଓ ଏଥିପାଇଁ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କୁ ୧୦% ଇନ୍‌ଷ୍ଟାଣ୍ଟ୍‌ ଡିସ୍‌କାଉଣ୍ଟ ମିଳିପାରିବ। ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ୭ ତାରିଖ ଦିନ ଶେଷ ହେବ ବୋଲି ଜଣାପଡ଼ିଛି। 

Xiaomi Puja Offer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ