Advertisment

ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

LPG cylinders

LPG cylinders

Advertisment

ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ଗ୍ୟାସ ସିଲିଣ୍ଡରର ଦରରେ ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ବିକ୍ରିହେବ।

Advertisment

ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ଆଜିଠାରୁ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି।  ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୧୬୯୧.୫୦ ଟଙ୍କା ରହିଛି। ମୁମ୍ବାଇରେ ମୂଲ୍ୟ ବୃଦ୍ଧି ପାଇଁ ୧୬୪୪ଟଙ୍କାରେ ପହଞ୍ଚିଛି। ସେହିଭଳି କୋଲକାତାରେ  ୧୭୬୪.୫୦ ରୁ ୧୮୦୨.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ସିଲିଣ୍ଡର ବର୍ତ୍ତମାନ ୧୮୫୫ ଟଙ୍କାରେ ଉପଲବ୍ଧ ହେଉଛି। 

ସୂଚନା‌ଯୋଗ୍ୟ, ଗତ ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା।  ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହା ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନି।

Advertisment

LPG Cylinder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ