Advertisment

କାର୍ କଲା ବିଶ୍ୱ ରେକର୍ଡ! ଥରେ ଚାର୍ଜ ହେଲେ ଯିବ ୧୦୦୦କିମି

ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।

ଅଦ୍ୟତନ ହୋଇଛି
Car Covers 1,000 Km In Single Charge

Car Covers 1,000 Km In Single Charge

Advertisment

ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦ୍ରୁତ ଗତିରେ ବୃଦ୍ଧି ହେତୁ ଇଲେକ୍ଟ୍ରିକ୍ ଅଟୋମୋବାଇଲ୍ ଚାହିଦା ବଢିଚାଲିଛି। ସହର ବଜାରରେ ପ୍ରତି ମାସରେ କିଛି ନା କିଛି ନୂଆ ଇଲେକ୍ଟ୍ରିକ୍ କାର୍‌ର ହୋର୍ଡିଂ ବିଜ୍ଞାପନ ଦେଖିବାକୁ ମିଳୁଛି। ଏହାରି ଭିତରେ ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍‌ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେବା ପରେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ।

Advertisment

ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ୍ ନିୟୁ ସାଉଥ୍‌ ୱେଲ୍ସ (UNSW) ର ଏକ ଇଞ୍ଜିନିୟରିଂ ଟିମ୍ ଏହି ନୂଆ କାର୍‌ ତିଆରି କରିଛି ଯାହା ସୌର ଶକ୍ତିକୁ ବ୍ୟବହାର କରି ଚାଲୁଛି ଏବଂ ବିକଳ୍ପ ଶକ୍ତି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି କାର୍‌ର ନା’ ସନ୍‌ସ୍ୱିଫ୍ଟ ୭ । ଏହାର ଘଣ୍ଟା ପ୍ରତି ବେଗ ୮୫ କିଲୋମିଟର ବୋଲି କୁହାଯାଇଛି। ଏହା ଅନୌପଚାରିକ ଭାବେ “fastest electric vehicle over 1000 kilometers on a single charge” ଭାବେ ଆଖ୍ୟା ପାଇଛି।

ଭିକ୍ଟୋରିଆର ୱେନ୍ସଲିଡେଲରେ ଥିବା ଏକ ଅଷ୍ଟ୍ରେଲିୟ ଅଟୋମୋବାଇଲ୍ ରିସର୍ଚ୍ଚ ସେଣ୍ଟରରେ କିଛି ଛାତ୍ରମାନଙ୍କ ଦ୍ୱାରା ଏହି ଜାର୍‌ର ଡିଜାଇନ୍ ଏବଂ ତିଆରି ହୋଇଛି।

Advertisment
Solar-Powered Car Covers 1,000 Km In Single Charge In Australiaକାର୍ ତିଆରି କରିଥିବା ଅଷ୍ଟ୍ରେଲିୟ ଅଟୋମୋବାଇଲ୍ ରିସର୍ଚ୍ଚ ସେଣ୍ଟରର ଟିମ୍

ସନ୍‌ସ୍ୱିଫ୍ଟ ଟିମ୍‌ର ପ୍ରିନ୍ସିପାଲ୍, ପ୍ରଫେସର୍‌ ରିଚାର୍ଡ ହପ୍‌କିନ୍ସ ଏହି କାର୍‌କୁ ଟ୍ରାକକୁ ଆଣିବା ପାଇଁ ଛାତ୍ରମାନଙ୍କ ସଫଳତାକୁ ନେଇ  ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ହେଉଛି ୫୦ ଜଣ ଛାତ୍ରଙ୍କ କଠିନ ପରିଶ୍ରମର ଫଳାଫଳ, ଯେଉଁମାନେ ଉତ୍ସର୍ଗୀକୃତ, ମନଷ୍କ ଏବଂ ଦକ୍ଷ ଅଟନ୍ତି।

ସେ ଆହୁରି କହିଛନ୍ତି ଯେ “ଏହି କାର୍‌କୁ ତିଆରି କରିବାକୁ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା।

Advertisment

ମାନଦଣ୍ଡ କେବଳ ଏହା ଥିଲା: ଏକ କାର ନିର୍ମାଣ କରାଯାଉ ଯେଉଁଥିରେ ସୌର ଶକ୍ତି ଏବଂ ବ୍ୟାଟେରୀ ଥିବ। ମୋର ଏଥିରେ ସେମିତି କିଛି ଭୂମିକା ନଥିଲା। ମୁଁ ଚାହୁଁଥିଲି ଯେ ସେମାନେ ସର୍ବୋତ୍ତମ ଇଞ୍ଜିନିୟରିଂ ନିଷ୍ପତ୍ତି ନିଅନ୍ତୁ।”

ସିଡ୍‌ନୀରେ ଥିବା UNSWର ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ର ତଥା ସନ୍‌ସ୍ୱିଫ୍ଟ ଟିମ୍ ମ୍ୟାନେଜର ଆଣ୍ଡ୍ରେଆ ହୋଲ୍‌ଡେନ୍ କହିଛନ୍ତି ଯେ ଏ କଥା ଚିନ୍ତା କରିବା ଅତ୍ୟନ୍ତ ଅଜବ ଲାଗେ ଯେ ଆମେ ଏମିତି କିଛି ତିଆରି କରିଛୁ ଯାହା ସମଗ୍ର ବିଶ୍ୱରେ ସର୍ବୋତ୍ତମ। ଦୁଇ ବର୍ଷ ପୂର୍ବେ ଯେତେବେଳେ ଆମେ ଏହି କାର୍ ତିଆରି କରିବା ଆରମ୍ଭ କରିଥିଲୁ, ସବୁକିଛି ଲକ୍‌ଡାଉନ୍ ଭିତରେ ହିଁ ଯାଉଥିଲା ଏବଂ ବହୁତ କଷ୍ଟଦାୟକ ମୁହୂର୍ତ୍ତ ଥିଲା।"

Electric Car Electric Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ