Advertisment

ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Business Odisha Award 2023

Business Odisha Award 2023

Advertisment

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ୟୁନିଭର୍ସିଟି (ସୋଆ)

୨୫ ବର୍ଷ ତଳେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ ପାଇଁ ସ୍ଥାପିତ ହୁଏ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ୟୁନିଭର୍ସିଟି । ସୋଆ ନାମରେ ଏହା ବେଶ ଖ୍ୟାତ । ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ୱାଲିଟି ଏଜୁକେସନ ଏବଂ ଇନୋଭେଟିଭ୍‌ ରିସର୍ଚ୍ଚକୁ ପ୍ରୋତ୍ସାହିତ କରିବା ପାଇଁ ସୋଆ ପ୍ରତିଶୃତିବଦ୍ଧ । ଜୁଲାଇ ୧୭, ୨୦୦୭ରେ ୟୁଜିସି ଆକ୍ଟ ୧୯୫୬ର ସେକ୍ସନ ୩ ଆଧାରରେ ସୋଆକୁ ମିଳିଛି ଡିମ୍ଡ୍ ୟୁନିଭର୍ସିଟିର ମାନ୍ୟତା । ମାନ୍ୟତାର ୧୫ ବର୍ଷ ମଧ୍ୟରେ ଏହା ଦେଶର ୧୫ଟି ଉତ୍କୃଷ୍ଟ ୟୁନିଭର୍ସିଟି ମଧ୍ୟରେ ସ୍ଥାନ ପାଇଛି ।

Advertisment

ଦେଶ ବିଦେଶର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନରତ । ପ୍ରତି ୯.୮ ବିଦ୍ୟାର୍ଥିଙ୍କ ପାଇଁ ରହିଛନ୍ତି ଜଣେ ଲେଖାଁଏ ଅଧ୍ୟାପକ । ଏହାର ପ୍ରାୟ ୮୦ ପ୍ରତିଶତ ଫାକଲ୍ଟି ମେମ୍ୱର ପିଏଚ.ଡି କିମ୍ବା ଏହାର ସମକକ୍ଷ ଡିଗ୍ରୀଧାରୀ । ନ୍ୟାସନାଲ୍ ଇନଷ୍ଟ୍ୟିଚୁସନାଲ ରାଙ୍କିଂ ଫ୍ରେମଓ୍ୱାର୍କ ୨୦୨୩ର ତଥ୍ୟ ଅନୁସାରେ ଦେଶର ୧୫ତମ ଶ୍ରେଷ୍ଠ ୟୁନିଭର୍ସିଟିର ମାନ୍ୟତା ପାଇଛି ସୋଆ । ୨୦୨୨ରେ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ୍ ବା ନାକ୍ ପକ୍ଷରୁ ସୋଆକୁ ମିଳିଛି A ++ ଗ୍ରେଡ୍ । ଏହା ୨୩ଟି ଅଣ୍ଡର ଗ୍ରାଜୁଏଟ୍, ୬୮ଟି ପୋଷ୍ଟ ଗ୍ରାଜୁଏଟ୍, ୧୫ଟି ପୋଷ୍ଟ ମାଷ୍ଟର୍ସ୍ କୋର୍ସ ପ୍ରଦାନ କରୁଛି ।

ଏଥିରେ ରହିଛି ଇଂଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ମେଡିକାଲ ସାଇନ୍ସ, ଡେଣ୍ଟାଲ୍ ସାଇନ୍ସ, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍ସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଣ୍ଟ୍, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ୍, ଲିଗାଲ୍ ଷ୍ଟଡିଜ, ଏଗ୍ରିକଲଚରାଲ୍ ସାଇନ୍ସେସ୍ ଆଣ୍ଡ୍‌ ଭେଟେନାରୀ ସାଇନ୍ସେସ୍ ଆଣ୍ଡ୍ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରି ।

Advertisment

ବିର୍ଲା ଗ୍ଲୋବାଲ ୟୁନିଭରସିଟି

ବିର୍ଲା ଗ୍ଲୋବାଲ ୟୁନିଭରସିଟି ଆକଟ୍-୨୦୧୫ ଅନୁଯାୟୀ ପ୍ରତିଷ୍ଠା ଲାଭ କରିଛି ବିର୍ଲା ଗ୍ଲୋବାଲ ୟୁନିଭରସିଟି ଯାହାକି ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ଅବସ୍ଥିତ । ସ୍ୱର୍ଗତ ଡ. ସରଲା ବିର୍ଲା ଓ ବିର୍ଲା ଗ୍ରୁପ ଅଫ୍ କଂପାନିଜ୍‌ର ଚେୟାରମ୍ୟାନ୍ ବି.କେ ବିର୍ଲାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଗ୍ଲୋବାଲ ଶିକ୍ଷାସଂସ୍ଥା । ୩୦ଏକର ପରିମିତ ଜମିରେ ନିର୍ମିତ ଏହି ୟୁନିଭରସିଟି ଆଧୁନିକ ଶିକ୍ଷାର ଏକ ଉତ୍କୃଷ୍ଟ କେନ୍ଦ୍ର ଭାବେ ପରିଚିତ । ଯେଉଁଠି ଗୁଣବତ୍ତା ଶିକ୍ଷାପ୍ରଦାନ ସହିତ ଭଲ ମଣିଷଟିଏ ଗଢିତୋଳିବା ଉପରେ ଗୁରୁତ୍ୱ ଦିଆଯାଇଥାଏ ।

ବିର୍ଲା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏହି ୟୁନିଭର୍ସିଟି ଅଧୀନରେ ଏକଶହରୁ ଅଧିକ ଶିକ୍ଷାନୁଷ୍ଠାନ ରହିଛି । ତା'ମଧ୍ୟରେ ମ୍ୟାନେଜମେଣ୍ଟ ସ୍କୁଲ, ସ୍କୁଲ ଅଫ୍ ଲ’, ସୋସିଆଲ୍ ସାଇନ୍ସେସ୍, କମର୍ସ, କମ୍ୟୁନିକେସନ ଓ ମାସ୍ ମିଡିଆ ଏବଂ ମାଷ୍ଟର ଡିଗ୍ରୀ କୋର୍ସ ଅନ୍ୟତମ । ଆଗକୁ ଇଂଜିନିୟରିଂ, ମେଡିକାଲ, ମରିନ୍ ସାଇନସେସ, ହୋଟେଲ ମ୍ୟାନେଜମେଣ୍ଟ ଭଳି ସମୟୋପଯୋଗୀ କୋର୍ସ ଖୋଲିବାର ଯୋଜନା ରଖିଛନ୍ତି ୟୁନିଭରସିଟି କର୍ତ୍ତୃପକ୍ଷ।

Advertisment

ବିଶ୍ୱସ୍ତରୀୟ ବିଦ୍ୟାଳୟ, ଇନ୍‌ଫ୍ରାଷ୍ଟକଚର, ଇଣ୍ଟରଆକ୍ଟିଭ୍ ଏଜୁକେସନ ସହିତ ଛାତ୍ରଛାତ୍ରୀ ଏବଂ ଫାକଲଟି ସଦସ୍ୟଙ୍କ ମିଳିତ ସହଯୋଗରେ ଅନୁସନ୍ଧାନ ମୂଳକ ପ୍ରକଳ୍ପ ଏବଂ ସମୟପଯୋଗୀ ଶିକ୍ଷାଦାନକୁ ଗୁରୁତ୍ୱ ଦେଇଥାଏ ଏହି ଶିକ୍ଷାସଂସ୍ଥା। ଏହାସହ ଡିଜିଟାଲ୍ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଆସୁଛି । ଅଭିଜ୍ଞ ଫାକଲଟି ମେମ୍ବରଙ୍କ ତତ୍ତ୍ୱାବଧାନରେ ଉନ୍ନତ ଶିକ୍ଷାଦାନ ସହିତ କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ରହିଛି ଏହାର କ୍ୟାମ୍ପସରେ । ଏହାସହ ବିଭିନ୍ନ ପ୍ରକାର ସିଏସ୍‌ଆର୍ ଅଧିନ କାର୍ଯ୍ୟକଳାପର ଆୟୋଜନ ମଧ୍ୟ କରିଥାଏ ବିର୍ଲା ଗ୍ଲୋବାଲ ୟୁନିଭରସିଟି ।

ବିକାଶ ଗ୍ରୁପ ଅଫ୍‍ ଇଷ୍ଟିଚ୍ୟୁସନସ୍‍

ଶିକ୍ଷାର ବିକାଶରେ ଦେଶର ବିକାଶ, ଏମିତି କିଛି ପ୍ରତିଶ୍ରୁତି ସହିତ ୨୦୦୨-୦୩ରେ ପ୍ରତିଷ୍ଠା ଲାଭ କରେ ବିକାଶ ଗ୍ରୃପ ଅଫ ଇନଷ୍ଟିଟ୍ୟୁସନସ୍‍ । ଏବେ ଓଡିଶା ଏବଂ ଛତିଶଗଡ ରାଜ୍ୟରେ ଏହାର ୩୪ଟି ଶାଖା ରହିଛି । ତା ମଧ୍ୟରେ ବରଗଡ, ଭୁବନେଶ୍ୱର, ଭବାନୀପାଟଣା, ଜଗଦଲପୁର ଏବଂ ରାଉରକେଲା ଶାଖା ଅନ୍ୟତମ । ଏହାର ନିତିଦିନିଆ ପରିଚାଳନା ପାଇଁ ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟକରୁଛନ୍ତି ।

ସୋସିଆଲ ଏଣ୍ଟରପ୍ରେନର ତଥା ବିକାଶ ଗୃପ ଅଫ ଇଷ୍ଟିଟ୍ୟୁସନସର ଚେୟାରମ୍ୟାନ୍‍ ମୁରଲୀ କ୍ରିଷ୍ଣାଙ୍କ ତତ୍ତ୍ୱାବଧାନରେ ଏହି ଶିକ୍ଷା ସଂସ୍ଥା ଏବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ମନ୍ଦିର ପାଲଟିଛି । ଫ୍ରି ରେସିଡେଣ୍ଟିଆଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହିତ ଯୁକ୍ତ ଦୁଇ, ଅଣ୍ଡର ଗ୍ରାଜୁଏଟ୍‍, ଗ୍ରାଜୁଏଡ୍‍ ଏବଂ ପୋଷ୍ଟ ଗ୍ରାଜୁଏସନ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ମେଧାବୃତ୍ତି ପ୍ରଦାନ କରିଥାଏ ଏହି ସଂସ୍ଥା ।

୨୦୦୨ରେ ସଭିଙ୍କ ବିକାଶର ସ୍ୱପ୍ନ ପୂରଣ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଗ୍ରୃପ ଅଧୀନରେ ବିକାଶ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବିକାଶ ପଲିଟେକ୍ନିକ, ବିକାଶ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ, ବିକାଶ ଡିଗ୍ରୀ କଲେଜ, ବିକାଶ ଲ ସ୍କୁଲ ଏବଂ ବିକାଶ ନର୍ସିଙ୍ଗ କଲେଜ ରହିଛି । ମୁକ୍ତ ଆବାସିକ ଇଂରାଜୀ ମିଡିୟମ ସ୍କୁଲ ଏବଂ ଆଇଟିଆଇ ଫାଉଣ୍ଡର ପ୍ରିଭିଲେଜ ପିଲାମାନଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଗୁଣବତ୍ତା ଶିକ୍ଷା ସାଙ୍ଗକୁ ପିଲାଙ୍କର ସାମଗ୍ରିକ ବିକାଶ ଦିଗରେ ସର୍ବଦା ଚେଷ୍ଟାରତ ଏହି ସଂସ୍ଥା ।

ବିଭିନ୍ନ ପ୍ରକଳ୍ପ ଜରିଆରେ ରାଜ୍ୟ ତଥା ଦେଶରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ପ୍ରାୟ ୨୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି ଏହି ସଂସ୍ଥା । ରାଷ୍ଟ୍ରଭାଷା ହିନ୍ଦୀ ସମେତ ଆଞ୍ଚଳିକ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଆଗଧାଡିର ଶିକ୍ଷାସଂସ୍ଥା ଭାବେ କାର୍ଯ୍ୟ କରିଆସିଛି ବିକାଶ ଗ୍ରୃପ ଅଫ ଇନଷ୍ଟିଟ୍ୟୁସନସ୍‍ । ଏବେ ଏହି ସଂସ୍ଥାର ବାର୍ଷିକ କାରବାର ପ୍ରାୟ ୪୫ କୋଟିରେ ପହଂଚିପାରିଛି ।

ଓ ଡି ଏମ୍ ସ୍କୁଲ

ବିଶ୍ୱସ୍ତରୀୟ ଶିକ୍ଷା ଯାହାକି ବିଦ୍ୟାର୍ଥୀଙ୍କୁ ଦେବ ଗ୍ଲୋବାଲ୍ ନାଗରିକର ପରିଚୟ, ଏମିତି ଏକ ମହତ୍ ଲକ୍ଷ୍ୟ ସହିତ ଆଗକୁ ବଢୁଛି ଓଡିଏମ୍ ଏଜୁକେଶନାଲ ସ୍କୁଲ ।୧୯୮୯ରେ ଡକଟର ସତ୍ୟବ୍ରତ ମୀନକେତନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ଦେଶର ଏକ ଆଗଧାଡିର ଶିକ୍ଷାସଂସ୍ଥା ଭାବେ ପରିଚିତ। ଏ କ୍ଷେତ୍ରରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇଥାଏ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍ ।

ଏକିବଂଶ ଶତାଦ୍ଦୀର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପରିବେଶରେ ଭଲ ଇନ୍‌ଫ୍ରାଷ୍ଟକଚର, ଏକାଡେମିକ୍, କୋ-ଏକାଡେମିକ, କରିୟର କାଉନସିଲିଂ ବିଶେଷକରି ଦକ୍ଷତା ବୃଦ୍ଧି ଉପରେ ଏହି ଶିକ୍ଷାସଂସ୍ଥା ବେଶ୍ ଧ୍ୟାନ ଦେଇଥାଏ ।ଏବେ ଭୁବନେଶ୍ୱର ସମେତ ଦେଶର ଅନେକ ସହରରେ ଓଡିଏମ୍ ତାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରଦାନ କରିଆସୁଛି। ବିଶେଷକରି ସ୍ୱୟନ ସତ୍ୟେନ୍ଦୁଙ୍କ ତତ୍ତ୍ୱାବଧାନରେ ୨୦୨୨ରୁ ଆରମ୍ଭ ହୋଇଥିବା ଓଡିଏମ୍ ଗ୍ଲୋବାଲ୍ ସ୍କୁଲ, ଦେଶର ପ୍ରଥମ ସିବିଏସ୍ଏଇ ସ୍କୁଲ, ଯେଉଁଠି ୬ଟି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସଂଗଠନର ସଂପୃକ୍ତି ସହ ୧୧ଜଣ ଗ୍ଲୋବାଲ ଏଡୁକେଟର୍ସଙ୍କ ସହଯୋଗରେ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଅନୁଭୂତି ସୃଷ୍ଟିକରିଛି।

ଚଳିତ ବର୍ଷ ଓଡିଏମ୍ ଏଜୁକେଶନାଲ୍ ଗ୍ରୁପ୍, ରାଞ୍ଚିର ସାଫାୟାର ଇଣ୍ଟରନ୍ୟାସନାଲ ସ୍କୁଲର ସହଯୋଗରେ ଓଡିଏମ୍ ସାଫାୟାର୍ ଗ୍ଲୋବାଲ ସ୍କୁଲ ଏବଂ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଓଡିଏମ୍ ଇଣ୍ଟରନ୍ୟାସନାଲ ସ୍କୁଲ ଆରମ୍ଭ କରିଛି। ସାରା ଭାରତରେ କେଜି ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ଚେନ୍ ସ୍କୁଲ ମାଧ୍ୟମରେ ଶିକ୍ଷାପ୍ରଦାନ କରିବା ହେଉଛି ଓଡିଏମ୍ ଏଜୁକେଶନାଲ ଗ୍ରୁପ ସର୍ବଦା ବଦ୍ଧପରିକର ।

ଜୁପିଟର ଗ୍ରୁପ୍ ଅଫ୍ ଇନଷ୍ଟିଚୁସନ

୨୦୦୨ ମସିହାରେ ଆରମ୍ଭ ହୋଇଥିବା ଜୁପିଟର ଯୁକ୍ତଦୁଇ କଲେଜ ଆଜି ଜୁପିଟର ଗୃପ ଅଫ ଇନଷ୍ଟିଚୁସନରେ ପରିଣତ ହୋଇଛି । ଏଠାରେ ପ୍ରଥମ ଶ୍ରେଣୀରୁ ଆରମ୍ଭକରି ଯୁକ୍ତତିନି ସାଇନ୍ସ କମର୍ସ ପର୍ଯ୍ୟନ୍ତ ଶିକ୍ଷା ଦାନର ବ୍ୟବସ୍ଥା ରହିଛି । ଷ୍ଟାଣ୍ଡାର୍ଡ ଫାଇଭ୍ ରୁ ରେସିଡେନ୍ସିଆଲ ଶିକ୍ଷାଦାନର ସୁବିଧା ରହିଛି ଜୁପିଟରରେ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନର ପ୍ରତିଟି ସୁବିଧା ଯୋଗାଇଥାଏ ଏହି ଶିକ୍ଷାନୁଷ୍ଠାନ ।

ଉଭୟ ସି.ଏଚ୍.ଏସ୍.ସି ଓ ସି.ବି ଏସ୍.ଇ ଏବଂ ଡିଗ୍ରୀ କଲେଜ ଏହି ଇନଷ୍ଟିଚୁସନରେ ଉପଲବ୍ଧ । ହଷ୍ଟେଲଠାରୁ ଆରମ୍ଭକରି ଉନ୍ନତ ମାନର କ୍ଲାସରୁମ, ଅଭିଜ୍ଞ ଶିକ୍ଷକ/ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କର ମାନସିକ ବିକାଶ ସାଙ୍ଗକୁ ଶାରୀରିକ ବିକାଶ ପାଇଁ ଯୋଗ, ଖେଳ ତଥା ସ୍କେଟିଂ ଆଦିର ବ୍ୟବସ୍ଥା ରହିଛି ଜୁପିଟରରେ । ଏବେ ଏହି ଅନୁଷ୍ଠାନରେ ୧୭୦୦ରୁ ଅଧିକ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୬ଟି ହଷ୍ଟେଲ , ସୁସ୍ଥ ଖାଦ୍ୟ ଏବଂ ଅଧ୍ୟୟନ ପାଇଁ ଉତ୍ତମ ପରିବେଶ ଯୋଗାଇଥାଏ ଜୁପିଟର ।

ଭୁବନେଶ୍ୱର ନିକଟବର୍ତ୍ତି ଗଙ୍ଗପଡାଠାରେ ଏହି ଅନୁଷ୍ଠାନ ଅବସ୍ଥିତ ଯାହାର ଅନ୍ୟ ଏକ ଶାଖା ଯୁକ୍ତଦୁଇ ମହିଳା ବିଜ୍ଞ।ନ କଲେଜ ନୟାପଲ୍ଲି ଠାରେ ଅବସ୍ଥିତ । ପ୍ରତିବର୍ଷ ଏହି କଲେଜରୁ ଅନେକ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ଅନେକ ସଫଳତା ହାସଲ କରି ସୁନାମ ଅର୍ଜନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ