Apple first store in india to open in Mumbai
ପ୍ରଥମ ଅଫିସିଆଲ୍ ଆପଲ୍ ଷ୍ଟୋର୍ ଖୁବ୍ ଶୀଘ୍ର ଭାରତରେ ଖୋଲିବାକୁ ଯାଉଛି। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ(BKC) ରେ ଏହାର ପ୍ରଥମ ଅଫିସିଆଲ୍ ଷ୍ଟୋର୍ ଖୋଲିବ ବୋଲି ଆପଲ୍ ଘୋଷଣା କରିଛି। ଏହା ବ୍ୟବସାୟିକ ହବ୍ BKCରେ ଖୋଲାଯିବ। ଆପଲ୍ BKC ଷ୍ଟୋର ଜିଓ ୱାର୍ଲ୍ଡ ଡ୍ରାଇଭ(Jio World Drive)ରେ ଅବସ୍ଥିତ ହେବ, ଯେଉଁଠାରେ ସାରା ବିଶ୍ୱର ଅନେକ ପ୍ରିମିୟମ୍ ବ୍ରାଣ୍ଡ୍ ରହିଛି।
କ୍ୟୁପର୍ଟିନୋସ୍ଥିତ ଆମେରିକା ଟେକ୍ ଅନେକ ବର୍ଷ ପୂର୍ବରୁ ଭାରତରେ ଏହାର ପ୍ରଥମ ଅଫିସିଆଲ୍ ଷ୍ଟୋର୍ ଖୋଲିବାକୁ ଯୋଜନା କରିଥିଲା। କରୋନା ଏବଂ ଅନ୍ୟାନ୍ୟ କାରଣରୁ ଏହା ଦୁଇ ବର୍ଷ ଧରି ଅଟକି ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ଷ୍ଟୋର୍ ପ୍ରସ୍ତୁତ ହୋଇଯାଇଛି ଏବଂ ସମସ୍ତଙ୍କ ପାଇଁ ଏହାକୁ ଖୋଲାଯିବ।
ଅଧିକ ପଢ଼ନ୍ତୁ: ଭାରତରେ ହେବ ଆପଲ୍ର ବଡ଼ ଫାର୍ମ, ତିଆରି ହେବ ଆଇଫୋନ୍
ଆପଲ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି ଯେ ଭାରତରେ ଏହାର ପ୍ରଥମ ରିଟେଲ୍ ଷ୍ଟୋର୍ ଖୋଲିବାକୁ ପ୍ରସ୍ତୁତ। ଆପଲ୍ ଇଣ୍ଡିଆ ମଧ୍ୟ ଏହାର ଫଟୋ ଶେୟାର କରିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଲ୍ ଶେୟାର କରିଥିବା ଫଟୋରେ 'କମିଙ୍ଗ୍ ସୁନ୍' ଏବଂ 'ହେଲୋ ମୁମ୍ବାଇ' ବୋଲି ଲେଖା ଅଛି।
କମ୍ପାନୀ ଏଥିପାଇଁ ଏକ ପ୍ଲେ ଲିଷ୍ଟ୍ ମଧ୍ୟ ତିଆରି କରିଛି, ଯାହାକୁ ୟୁଜର୍ସମାନେ ଆପଲ୍ ମ୍ୟୁଜିକ୍ରେ ଶୁଣିପାରିବେ। ଏହା ବ୍ୟତୀତ ସେମାନେ ଆପଲ୍ BKC ୱାଲ୍ପେପର୍ ମଧ୍ୟ ଡାଉନଲୋଡ୍ କରିପାରିବେ।
ଆପଲ୍ ଭାରତରେ ଷ୍ଟୋର୍ ଖୋଲିବାର ପ୍ରଥମ ଖବର ୨୦୨୧ରେ ଆସିଥିଲା, ଯାହାକୁ ପରେ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ପ୍ରକାଶଥାଉ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁସବୁ ଷ୍ଟୋର୍ଗୁଡିକରେ ଆପଲ୍ର ହ୍ୟାଣ୍ଡସେଟ୍ ମିଳୁଛି, ସେଠାରେ କୌଣସି ଖୁଚୁରା ବ୍ୟବସାୟୀ କ୍ରେତାଙ୍କୁ ଫୋନ୍ ଏକ୍ସପେରିଏନ୍ସ କରି କିମ୍ବା ବ୍ୟବହାର କରି ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଏ ନାହିଁ। ଆପଲ୍ର ଅଫିସିଆଲ୍ ଷ୍ଟୋର୍ ଖୋଲିବା ପରେ, ଲୋକେ ଏହାର ଫିଚରକୁ ଭଲ ଭାବେ ବୁଝି କିଣିବାକୁ ସୁଯୋଗ ପାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680685585.jpg)