Advertisment

Bank Rule: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ

ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।

ଅଦ୍ୟତନ ହୋଇଛି
ଏପ୍ରିଲରୁ ନୂଆ ନିୟମ

ଏପ୍ରିଲରୁ ନୂଆ ନିୟମ

Advertisment

ବ୍ୟାଙ୍କ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଦେଶର ସବୁ ବ୍ୟାଙ୍କ ଏହା ମାନିବାକୁ ବାଧ୍ୟ ହେବେ। କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିତି ବ୍ୟାଙ୍କଗୁଡ଼ିକ ଏମିତି କାମ କରିବ ବୋଲି ଆଶା କରାଯାଉଛି !

Advertisment

ନୂଆ ନିୟମ ନେଇ ଆସୁଛି ଅପ୍ରେଲ ମାସ। ବଦଳିବାକୁ ଯାଉଛି ବ୍ୟାଙ୍କ ଖୋଲିବା ନିୟମ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେକ ଏହାକୁ ସ୍ୱାଗତ କରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଏହାକୁ ନେଇ ଖୁସି ଜାହିର କରିଛନ୍ତି।

ଅନେକ ଦିନ ହେବ ସପ୍ତାହରେ ଦୁଇ ଦିନ ଛୁଟି ପାଇଁ ବ୍ୟାଙ୍କ କର୍ମଚାରୀ ଅନୁରୋଧ କରି ଆସୁଥିଲେ। ଶେଷରେ ସେମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ତେବେ ଏସବୁ ଭିତରେ ଆଉ ଏକ ବଡ଼ ପରିବର୍ତ୍ତନ ଆସୁଛି। ଛୁଟି ବଢିବା ସହ ବ୍ୟାଙ୍କରେ କାର୍ଯ୍ୟ ସମୟ ବଢ଼ିବା ଆଶା କରାଯାଉଛି।

Advertisment

ବର୍ତ୍ତମାନ ପ୍ରତି ମାସର ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କଗୁଡ଼ିକ ବନ୍ଦ ରହୁଛି। ଏହି ଦିନ କର୍ମଚାରୀମାନେ ଛୁଟିରେ ରହୁଛନ୍ତି। ତେବେ ନୂଆ ନିୟମ ଅନୁଯାୟୀ, ଏଣିକି ସପ୍ତାହରେ ଦୁଇ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହାର ଅର୍ଥ ହେଉଛି ବ୍ୟାଙ୍କ କର୍ମଚାରୀମାନେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ପାଇବେ। ହେଲେ ଗ୍ରାହକମାନଙ୍କ ଅସୁବିଧା ଦୂର କରିବା ପାଇଁ ବ୍ୟାଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ଯଦି ବ୍ୟାଙ୍କ ପାଇଁ ନୂଆ ନିୟମ ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହୁଏ, ତେବେ ସପ୍ତାହରେ ୫ ଦିନ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରିବ। ଆଉ କାର୍ଯ୍ୟ ସମୟ ବୃଦ୍ଧି ପାଇଲେ ଗ୍ରାହକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ କରିବା ପାଇଁ ସମୟ ପାଇବେ।

Advertisment

ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।

କେନ୍ଦ୍ର ସରକାରଙ୍କ ନୂଆ ନିୟମ ବ୍ୟାଙ୍କ ସେବାରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଯାହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ୱସ୍ତ ହୋଇଥିଲେ। ତେବେ ଗ୍ରାହକମାନଙ୍କୁ ଏହା କେତେ ସୁହାଉଛି ତାହାକୁ ହିଁ ଅପେକ୍ଷା।

New Norms For Banks Banking Holidays New Rules Working Hour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ