Advertisment

ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।

ଅଦ୍ୟତନ ହୋଇଛି
Liquor Shop In Odisha Rural Area

Alcohol to become costlier

Advertisment

ମହଙ୍ଗା ହେବ ବିଦେଶୀ ମଦ। ବିୟର ପାର୍ଲରରେ ବି ମିଳିବ ୱାଇନ୍। ନଦୀବନ୍ଧ ଓ ସି ବିଚ୍‌ରେ ବି ଖୋଲିବ ଲିକର ସପ୍। କାଲିଠୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନୂଆ ଅବକାରୀ ନୀତିରେ ବିୟରକୁ ଛାଡ଼ି ବଢ଼ିଯିବ ଅନ୍ୟ ସବୁ ମଦର ଦାମ୍। ସୂଚନା ଅନୁସାରେ ୧୮୦ ଏମଏଲ୍ ମଦ ବୋତଲ ପିଛା ୧୦ ଟଙ୍କା ବଢ଼ିବାକୁ ଥିବାବେଳେ ୭୫୦ ଏମଏଲ୍ ବୋତଲ ପିଛା ୪୦ରୁ ୫୦ଟଙ୍କା ବଢ଼ିପାରେ।

Advertisment

ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ନଦୀବନ୍ଧ ଓ ସମୁଦ୍ର କୂଳରେ ବି ମଦ ଦୋକାନ ଖୋଲି ଚଳାଇବ ନିଜେ ରାଜ୍ୟ ପର୍ଯ୍ୟଟନ ବିଭାଗ। ଇକୋ ରିଟ୍ରିଟରେ ବି ମଦ କାରବାର ପାଇଁ ଦିଆଯିବ ଲାଇସେନ୍ସ। ଗାଁ ଗଣ୍ଡାରେ ସିନା ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି, ହେଲେ ଯେତିକି ମଦ ଦୋକାନ ଅଛି ସେମାନଙ୍କ ମାସିକ ବିକ୍ରି କୋଟା ବଢ଼ାଯାଇଛି। ତାସହ ଲାଇସେନ୍ସ ଫିରେ ୧୦ ପ୍ରତିଶତ ବୃଦ୍ଧି ସହ ଆବେଦନ ଫିରେ ୧୦ ହଜାର ଓ ଲେବଲ ରେଜିଷ୍ଟ୍ରେସନରେ ୧୦ ହଜାର ଟଙ୍କା ଫି ବଢ଼ାଯାଇଛି।

ଅଧିକ ପଢ଼ନ୍ତୁ: ବିଜେପିକୁ କାଉଣ୍ଟର ପାଇଁ ବିଜେଡି ଖେଳୁଛି କି ଧର୍ମ କାର୍ଡ ? ‘ଶଙ୍ଖ ମୋ ଗର୍ବ’ ପରେ ‘ଜୟ ଜଗନ୍ନାଥ’ ନାରା

Advertisment

ସେହିଭଳି ଗୋଟିଏ ହୋଟେଲ ଭିତରେ ଏକାଧିକ ବାର୍ ଖୋଲିବାକୁ ବି ଅନୁମତି ମିଳିବ। କୋଦାନ ଆଗରେ ରେଟଚାର୍ଟ ଟଙ୍ଗାଯିବା ସହ କୌଣସି ଦେବଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତି ନାଁରେ ମଦ ଦୋକାନ ନାମିତ କରାଯିବ ନାହିଁ। ତେବେ ଏତେସବୁ ନିୟମ ଭିତରେ ମଦ ବ୍ୟବସାୟୀ ଏମଜିକ୍ୟୁ ବା ମିନିମମ୍ ଗ୍ୟାରେଣ୍ଟି କୋଟାକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେଣେ ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଦସ୍ୟଙ୍କ କହିବାନୁସାରେ- ଏହାଦ୍ୱାରା ଗାଁ ଗାଁରେ ଚୋରା ମଦ କାରବାର ଆହୁରି ବଢ଼ିବ, ପରିବାର ଉଜୁଡ଼ିବ। ସମୁଦ୍ରକୂଳ ଓ ନଈ ବନ୍ଧରେ ମଦ ଦୋକାନ ଖୋଲିଲେ ଧାର୍ମିକ ଭାବନା ପ୍ରତି ଘୋର ଆଘାତ ପହଞ୍ଚିବ। ତେଣୁ ଏ ନିଷ୍ପତ୍ତି ବିରୋଧରେ ଅଭିଯାନକୁ ଆହୁରି ତୀବ୍ରତର କରାଯିବ।

Advertisment

ସେହିପରି ଗୋଟିଏ ହୋଟେଲ ପରିସରରେ ଏକାଧିର ବାର ଖୋଲାଯିବା ସହ ଏମଜିକ୍ୟୁ ବଢ଼ାଯିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପୂର୍ବତନ ଅବକାରୀ କମିଶନର।

(ଭୁବନେଶ୍ୱରରୁ ଚନ୍ଦନ ପାଇକରାୟଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ)

Liquor Shop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ