Advertisment

ଟମୋଟୋ ପରେ ଏବେ ଚାଉଳ; କିଲୋପିଛା ବଢ଼ିଲାଣି ୧୦ରୁ ୧୫ ଟଙ୍କା

ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।

undefined

Rice Price Hike

Advertisment

ବିଲାତି ପରେ ଏବେ ମହଙ୍ଗା ହେଲାଣି ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଗଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ । ହେଲେ ବ୍ୟବସାୟୀ ସଂଘର ଅଭିଯୋଗ, ଚାଉଳ ଦରବୃଦ୍ଧି ପଛରେ କାମ କରୁଛି କର୍ପୋରେଟ୍ ହାଉସଙ୍କ ମନମୁଖୀ ନିଷ୍ପତ୍ତି ।

Advertisment

ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି । ସରୁ ଏଚ୍ଏମ୍ଟି ଚାଉଳ ଦାମ କ୍ୱିଣ୍ଟାଲ ପିଛା ହଜାରେରୁ ୧୨ ଶହ ଟଙ୍କା ବଢ଼ିଯାଇଛି। ଏମିତିକି କ୍ଷୀରି ପାଇଁ ବ୍ୟବହାର ହେଉଥିବା ବାସମତି ଚାଉଳ ଦାମ୍ କିଲୋ ପିଛା ୧୫ ଟଙ୍କା ବଢ଼ିଗଲାଣି । ପୂର୍ବରୁ ମହଙ୍ଗା ଟମାଟୋ ରୋଷେଇ ଘରକୁ ବାଧୁଥିବା ବେଳେ ଏବେ ଗୃହିଣୀ ମୁଣ୍ଡରେ ଚଡ଼କ ପକାଇଛି ଚାଉଳର ଉଚ୍ଚା ଦର । ଖାଲି ଚାଉଳ ନୁହେଁ, ଗତ ମାସକ ଭିତରେ ହରଡ଼ ଡାଲି କିଲୋ ୧୩୦ ଟଙ୍କାରୁ ବଢ଼ି ଦେଢ଼ଶ ଟଙ୍କା ଛୁଇଁଛି ।

ଏପଟେ ଚାଉଳ ବ୍ୟବସାୟୀଙ୍କ ଅଭିଯୋଗ, ଗୋଟିଏ ପଟେ ମିଲରଙ୍କୁ ଆବଶ୍ୟକ ପରିମାଣର ଧାନ ମିଳୁନି। ଦ୍ୱିତୀୟରେ ସରକାର ଧାନ ରେଟ୍ ବଢ଼ାଇ ଦେଇଛନ୍ତି । ଏଣୁ ମିଲର ଚାଉଳ ଦାମ ବୃଦ୍ଧି କରିଛନ୍ତି । ଏମିତିକି ଚାଉଳ ଦାମ ବୃଦ୍ଧି ଯୋଗୁ ମୁଢ଼ି ଓ ଚୂଡ଼ା ଦାମ ବି ଉପରମୁହାଁ ହେବାରେ ଲାଗିଛି। ଏପଟେ ବ୍ୟବସାୟୀ  ସଂଘର ଅଭିଯୋଗ, ଚାଉଳର ଦରବୃଦ୍ଧି ଅବାସ୍ତବ । ଚାଉଳର ଏଭଳି ଦରବୃଦ୍ଧି ପାଇଁ କର୍ପୋରେଟ୍ ହାଉସ ହିଁ ଦାୟୀ । ଯଦିଓ ଦରବୃଦ୍ଧି ରୋକିବାକୁ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି, ବଡ଼ ବଡ଼ କର୍ପୋରେଟ୍ ହାଉସ ବହୁ ପରିମାଣର ଚାଉଳ ମହଜୁଦ ରଖି କୃତ୍ରିମ ଦରବୃଦ୍ଧି ସୃଷ୍ଟି କରୁଛନ୍ତି।

Advertisment

କେବଳ ଚାଉଳ କି ଡାଲି ନୁହେଁ, ଗତ କିଛିଦିନ ଭିତରେ ଜିରାଠାରୁ ଆରମ୍ଭ କରି ଗୁଜରାତି, ଗୋଲମରିଚ, ଅଟା, ସୁଜି, ମଇଦା ଯାଏଁ ବିଭିନ୍ନ ସାମଗ୍ରୀ ଦାମ ଉପରମୁହାଁ ହୋଇଛି । ଯାହାକୁ ନେଇ ଖାଉଟି ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Price Rise In Odisha Tomato Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ